ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ କୁସ୍ତିରେ ଭାରତକୁ ପ୍ରଥମ ପଦକ ଦେଇଛନ୍ତି ଅନ୍ୟ ଜଣେ ପ୍ରତିଭାବାନ୍ କ୍ରୀଡ଼ାବିତ ଅମନ ଶେରାଓ୍ବତ। ପଦାର୍ପଣ ଅଲିମ୍ପିକ୍ସରେ ସେ ଐତିହାସିକ ସଫଳତା ହାସଲ କରିବା ସହିତ କାଂସ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି। ଅମନଙ୍କ ଏହି ସଫଳତା ପରେ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ପଦକ ତାଲିକାରେ ଭାରତ ୬୫ତମ ସ୍ଥାନରେ ରହିଛି। ଅମନ ହେଉଛନ୍ତି ହରିୟାଣା ଅନ୍ତର୍ଗତ ଝଜ୍ଜରର ବାସିନ୍ଦା। ସେମିଫାଇନାଲ ପୂର୍ବରୁ ସେ ୨ଟି ଯାକ ମ୍ୟାଚ ଜିତି ଥିଲେ। ପ୍ରି-କ୍ଵାର୍ଟରଫାଇନାଲରେ ସେ ମେସିଡୋନିଆର ଭ୍ଲାଦିମିର ଏଗୋରୋଭଙ୍କୁ ପରାସ୍ତ କରିଥିଲେ। ଏହା ପରେ କ୍ଵାର୍ଟରଫାଇନାଲରେ ଆଲବାନିଆର ଜେଲିମଖାନ ଆବାକାରୋଭଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ । କିନ୍ତୁ ସେମିରେ ସେ ଜାପାନ କୁସ୍ତିଯୋଦ୍ଧା ରେଇ ହିଗୁଚିଙ୍କଠାରୁ ପରାଜିତ ହୋଇଥିଲେ। ଏହା ପରେ ଅମନ ବ୍ରୋଞ୍ଜ ପଦକ ପାଇଁ ପୁଏର୍ଟୋ ରିକୋ କୁସ୍ତିଯୋଦ୍ଧା ଡାରିଆନ କ୍ରୁଜଙ୍କ ସହିତ ଲଢ଼ିଥିଲେ, ଯେଉଁଥିରେ ସେ ବିଜୟୀ ହୋଇଥିଲେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..