ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୨ ଜଣ ଯବାନ ଆହତ ହୋଇଛନ୍ତି। ଆଜି ମଧ୍ୟାହ୍ନରେ ଅନନ୍ତନାଗରେ ଅହଲାନ ଗାଡୋଲେ ଆରମ୍ଭ ହୋଇଥିବା ଏନକାଉଣ୍ଟର ଏବେ ବି ଜାରି ରହିଛି। ପୋଲିସ କହିଛି ଯେ ଆଜି ମଧ୍ୟାହ୍ନରେ କୋକେରନାଗ ସବଡିଭିଜନରେ ଥିବା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦ ନିରୋଧ ଅପରେସନ କରାଯାଉଥିଲା। ଏହି ସମୟରେ ପ୍ୟାଟ୍ରୋଲିଂ ଟିମ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦିଆଯାଇଛି। ତେବେ ଗୁଳି ବିନିମୟ ବେଳେ ୨ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ସ୍ଥାନୀୟ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେଠାରେ ଜାରି ରହିଥିବା ଗୁଳି ବିନିମୟରେ ସ୍ପେଶାଲ ଫୋର୍ସ ଓ ପାରା ଟ୍ରୁପର୍ସ ନିୟୋଜିତ ହୋଇଛି। ଜଙ୍ଗଲ ଭିତରେ କିଛି ବିଦେଶୀ ଆତଙ୍କବାଦୀ ଲୁଚି ରହିଥିବା କୁହାଯାଉଛି। ସେମାନଙ୍କୁ ନିପାତ କରିବା ପାଇଁ ପ୍ରୟାସ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। କୋକେରନାଗରେ ଏହା ଦ୍ୱିତୀୟ ବଡ଼ ଏନକାଉଣ୍ଟର। ଗତବର୍ଷ ସେପ୍ଟେମ୍ବର ମାସରେ ଜଣେ କମାଣ୍ଡିଂ ଅଫିସର, ଜଣେ ମେଜର ଓ ପୋଲିସର ଜଣେ ଡେପୁଟି ଏସ୍ପି ଏଠାରେ ସହିଦ ହୋଇଥିଲେ।
More Stories
ସମଲିଙ୍ଗୀ ବିବାହକୁ ନେଇ ବଡ଼ ରାୟ ଶୁଣାଇଲେ ସୁପ୍ରିମକୋର୍ଟ…..
ଝିଅଙ୍କୁ ପଢ଼ାଖର୍ଚ୍ଚ ଦେବାକୁ ମା’ବାପା ବାଧ୍ୟ…..
କେଜ୍ରିୱାଲଙ୍କ ନିର୍ବାଚନୀ ଦୁର୍ନୀତି ଅଭିଯୋଗର ତଦନ୍ତ ନିର୍ଦ୍ଦେଶ….