ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବରିଷ୍ଠ ଆଇଏଏସ୍ ଅଫିସର ଟିଭି ସୋମନାଥଙ୍କ କେନ୍ଦ୍ର ସରକାର ଦେଶର ନୂଆ କ୍ୟାବିନେଟ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନ ସେ ଅର୍ଥ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ୧୯୮୭ ବ୍ୟାଚ୍ର ତାମିଲନାଡୁ କ୍ୟାଡର ଆଇଏଏସ୍ ଅଫିସର ଟିଭି ସୋମନାଥନ ବର୍ତ୍ତମାନ କ୍ୟାବିନେଟ ସଚିବ ଭାବେ କାର୍ଯ୍ୟ କରୁଥିବା ରାଜୀବ ଗୌବାଙ୍କ ସ୍ଥାନ ନେବେ। ଟିଭି ସୋମାନାଥନ କାର୍ଯ୍ୟକାଳ ଅଗଷ୍ଟ ୩୦ରୁ ଆରମ୍ଭ ହେବ। ସେ ଏହି ପଦରେ ଦୁଇ ବର୍ଷ ପାଇଁ କାର୍ଯ୍ୟ କରିବେ। କାର୍ଯ୍ୟପାଳିକାର ସର୍ବୋଚ୍ଚ ପାହ୍ୟା ଅଧିକାରୀ ହେଉଛନ୍ତି କ୍ୟାବିନେଟ ସଚିବ। କ୍ୟାବିନେଟ ସଚିବ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିବେ।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….