ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଣ୍ଟି-ଡୋପିଂ ନିୟମ ଉଲ୍ଲଂଘନ କରି ଦୋଷୀ ସାବ୍ୟସ୍ତ ହେବା ପରେ ବ୍ୟାଡମିଣ୍ଟନ୍ ୱାର୍ଲ୍ଡ ଫେଡେରେସନ୍ ପ୍ରମୋଦ ଭାଗବତଙ୍କୁ ୧୮ ମାସ ପାଇଁ ବ୍ୟାନ୍ କରିଛି। ସେ ଆଉ ପ୍ୟାରିସ ପାରାଲିମ୍ପିକ୍ସ ୨୦୧୪ର ଅଂଶ ହେବେ ନାହିଁ ବୋଲି ସୂଚନା ମିଳିଛି। ଅଗଷ୍ଟ ୧୩ ତାରିଖ, ମଙ୍ଗଳବାର ଦିନ ବିଡବ୍ଲୁଏଫ୍ ଏହି ଖବରକୁ ନିଶ୍ଚିତ କରିଛି। ମାର୍ଚ୍ଚ ୧ ତାରିଖରେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଅଫ୍ ସ୍ପୋର୍ଟ (ସିଏଏସ୍) ର ଆଣ୍ଟି-ଡୋପିଂ ଡିଭିଜନ୍ ବ୍ୟାଡମିଣ୍ଟନ୍ ଖେଳାଳି ପ୍ରଭୋଦଙ୍କୁ ବିଡବ୍ଲୁଏଫ୍ ଆଣ୍ଟି-ଡୋପିଂ ନିୟମ ଉଲ୍ଲଂଘନ କରିଥିବାରୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ଗତ ୧୨ ମାସ ମଧ୍ୟରେ ତିନି ଥର ଡୋପିଂ ପରୀକ୍ଷାରେ ବିଫଳ ହୋଇଛନ୍ତି। ଭାଗବତ, ଯିଏ ଏସ୍ଏଲ୍୩ ଆଥଲେଟ୍, ସିଏଏସ୍ ଅପିଲ୍ ଡିଭିଜନରେ ଆବେଦନ କରିଥିଲେ। କିନ୍ତୁ ଜୁଲାଇ ୨୯, ୨୦୨୪ରେ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ସିଏଏସ୍ ଅପିଲ୍ ଡିଭିଜନ୍ ମାର୍ଚ୍ଚ ୧ ତାରିଖରେ ସେମାନଙ୍କର ନିଷ୍ପତ୍ତି ନିଶ୍ଚିତ କରିଥିଲା। ଅଗଷ୍ଟ ୧୧ ତାରିଖରେ ଅଲମ୍ପିକ୍ସ ଶେଷ ହୋଇଥିବା ବେଳେ ପାରାଲିମ୍ପିକ୍ସ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ୧୧ ଦିନ ଧରି ହେବ।






More Stories
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ହକି ଇଣ୍ଡିଆକୁ କଡ଼ା ଚେତାବନୀ…..
ଏସୀୟ କ୍ରୀଡ଼ାରୁ ବାଦ ପଡ଼ିଲେ ନୀରଜ ଚୋପ୍ରା…..