Report Card Odisha

| Daily Odia News

ବାର୍‌ରେ ଡ୍ୟାନ୍ସ କରିବାକୁ ସରକାରଙ୍କୁ ନିବେଦନ କଲେ ବାର୍‌ଗର୍ଲ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱରରେ ଥିବା ବାର୍‌ରେ ଆଉ ହେବନି ଡ୍ୟାନ୍ସ। ରାଜ୍ୟ ସରକାରଙ୍କ ଏପରି କଠୋର ଆଭିମୁଖ୍ୟକୁ ବୁଦ୍ଧିଜୀବୀ ସ୍ୱାଗତ କରିଥିବା ବେଳେ ବିରୋଧ କରିଛନ୍ତି ବାର୍‌ଗର୍ଲ ଡ୍ୟାନ୍ସର। ଆଜି ଶତାଧିକ ବାର୍‌ଗର୍ଲ ଡ୍ୟାନ୍ସର ଭୁବନେଶ୍ୱର ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ ଭେଟିଛନ୍ତି। ବାର୍‌ରେ ଡ୍ୟାନ୍ସ କରିବାକୁ ନିବେଦନ କରିଛନ୍ତି। ଅବକାରୀ ଅଧିକ୍ଷକଙ୍କୁ ଭେଟିବାକୁ ଆସିଥିବା ଜଣେ ବାର୍‌ ଡ୍ୟାନ୍ସର କହିଛନ୍ତି, ମୁଁ ଗୋଟିଏ ଗରିବ ପରିବାରରୁ ଆସିଛି। ଘରେ ମୋର ରୋଗୀଣା ବାପା ଓ ମାଆ ଅଛନ୍ତି। ସାନ ଭଉଣୀ ପାଠ ପଢ଼ୁଛି। ବାର୍‌ରେ ଡ୍ୟାନ୍ସ କରି ଯାହା ରୋଜଗାର କରୁଥିଲି, ସେଥିରେ ଚଳୁଥିଲା ମୋ ପରିବାର। ଏହାଛଡ଼ା ସେହି ଟଙ୍କାରେ ମୁଁ ମଧ୍ୟ ପାଠ ପଢ଼ୁଥିଲି। ହେଲେ ଗତ ଦୁଇ ମାସ ହେଲା ବାର୍‌ରେ ଡ୍ୟାନ୍ସ ବନ୍ଦ ରହିଛି। ତେଣୁ ନାନା ସମସ୍ୟା ଦେଇ ଆମେ ଗତି କରୁଛି। ଆମେ କ’ଣ କରିବୁ କିଛି ଭାବି ପାରୁନାହିଁ। ଏଠି ଯଦି ବାର୍‌ ନଖୋଲେ, ତା’ହାହେଲେ ରାଜ୍ୟ ବାହାରକୁ ଯିବା ପାଇଁ ବାଧ୍ୟ ହେବୁ ବୋଲି ଡ୍ୟାନ୍ସର ଜଣକ କହିଛନ୍ତି। ସେହିଭଳି ଅନ୍ୟ ବାର୍‌ଗର୍ଲ ମାନେ ନିଜର ଅସୁବିଧା ସମ୍ପର୍କରେ ଜଣାଇଛନ୍ତି |

Breaking News