Report Card Odisha

| Daily Odia News

ଅଗଷ୍ଟ ୧୫ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଉ ଦିନକ ପରେ ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆତଙ୍କବାଦୀ ମାନେ ଦେଶରେ ଆତଙ୍କ ଖେଳାଇବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆତଙ୍କବାଦୀମାନେ ୧୫ ଅଗଷ୍ଟ ଅବସରରେ ମାନବ ବୋମା ରୂପରେ ଆକ୍ରମଣ କରି ପାରନ୍ତି । ଏହାକୁ ଦୃଷ୍ଟିରେ ରଖି ଗୁପ୍ତଚର ସଂସ୍ଥା ସତର୍କ ସୂଚନା ଜାରି କରିଛନ୍ତି। ଆତଙ୍କବାଦୀମାନେ ଭିଭିଆଇପି ମାନଙ୍କୁ ଟାର୍ଗେଟ କରି ପାରନ୍ତି ବୋଲି ଆଶଙ୍କା କରାଯାଉଛି । ନିକଟରେ ଜାମ୍ମୁ କାଶ୍ମୀରରେ ହୋଇଥିବା ଆକ୍ରମଣ ପରେ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ଲସ୍କର-ଇ-ତଇବା, ଟିଆରଏଫ ଏବଂ ଜୈସ – ଇ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନକୁ ସବୁ ଦିଗରେ ସାହାଯ୍ୟ କରୁଛି ଏବଂ ଏହି ସଂଗଠନଗୁଡ଼ିକୁ ଆକ୍ରମଣ କରିବାକୁ ଉତ୍ସାହିତ କରୁଛି। କାଠୁଆ, ଡୋଡା, ଉଦମପୁର, ପୁଞ୍ଛ ଏବଂ ରଜୈାରୀରେ ହୋଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ମିଳିଥିବା ସୂଚନାନୁଯାୟୀ, ସଶସ୍ତ୍ର ଆତଙ୍କବାଦୀମାନେ ଏବେ ମଧ୍ୟ ଭାରତରେ ଅଛନ୍ତି ଏବଂ ସେମାନଙ୍କ ଯୋଜନା ଅନୁଯାୟୀ ଭିଆଇପି ଲୋକଙ୍କୁ ଟାର୍ଗେଟ କରି ପାରନ୍ତି। ଜନଗହଳି ପୂର୍ଣ୍ଣ ସ୍ଥାନ ଏବଂ ପ୍ରସିଦ୍ଧ ସ୍ଥାନ ଗୁଡିକୁ ଟାର୍ଗେଟ କରା ଯିବାର ସମ୍ଭାବନା ରହିଛି । ଜୈସ – ଇ-ମହମ୍ମଦ ଏବଂ ଲସ୍କରଙ୍କ ପାଇଁ ଦିଲ୍ଲୀ ସର୍ବଦା ଏକ ପ୍ରମୁଖ ଟାର୍ଗେଟ ରହି ଆସିଛି । ପାକିସ୍ତାନ କ୍ରମାଗତ ଭାବରେ ଡ୍ରୋନ୍ ମାଧ୍ୟମରେ ପୁଞ୍ଛ ଏବଂ ଜମ୍ମୁକୁ ଅସ୍ତ୍ର ପଠାଉଛି। ସ୍ୱାଧୀନତା ଦିବସ ଅବସରରେ ଅନେକ ଭିଭିଆଇପି ଏବଂ ପ୍ରଧାନମନ୍ତ୍ରୀ ଦୀର୍ଘ ସମୟ ଧରି ଖୋଲା ସ୍ଥାନରେ ବସିଥାଆନ୍ତି । ଏସବୁକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିମାନବନ୍ଦରରେ ଏବଂ ଦିଲ୍ଲୀ ସୀମାରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Breaking News