Report Card Odisha

| Daily Odia News

ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ଼…..

ରିପୋର୍ଟ କାର୍ଡ / କେନ୍ଦ୍ରାପଡା

କେନ୍ଦ୍ରାପଡା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୃତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଛି । କଟକ, ଭୁବନେଶ୍ୱର, କେନ୍ଦ୍ରାପଡା ସହ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଜାରି ରହିଛି । ଏହି ଚଢାଉରେ ୪ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଓ ୫ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି । କଟକ ଭିଜିଲାନ୍ସ କୋର୍ଟଙ୍କ ଅନୁମତି ପରେ ଏହି ଚଢାଉ ହୋଇଛି । କଟକର କଲ୍ୟାଣନଗର ସ୍ଥିତ ଘର, ଭୁବନେଶ୍ୱର ଲିଙ୍ଗିପୁର ସ୍ଥିତ ଦୁଇ ମହଲା କୋଠା, କେନ୍ଦ୍ରାପଡା ସ୍ଥିତ କାର୍ଯ୍ୟାଳୟ ଓ କଟକ ନୂଆପଡା ସ୍ଥିତ ପୈତୃକ ଘର ଏବଂ ସମ୍ପର୍କୀୟଙ୍କ ଘରେ ଭୋର ୪ଟା ସମୟରୁ ଚଢାଉ ଜାରି ରଖିଛି ଭିଜିଲାନ୍ସ ।

Breaking News