ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ପବିତ୍ର ଗହ୍ମାପୂର୍ଣ୍ଣିମୀ ବା ରାକ୍ଷୀପୂର୍ଣ୍ଣମା। ବଡ଼ଠାକୁର ବଳଭଦ୍ରଙ୍କର ଆଜି ଜନ୍ମଦିନ | ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯାଏ। ସେମାନଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି। ଆଜିର ଏହି ଦିନରେ ଭଉଣୀମାନେ ନିଜର ଭାଇମାନଙ୍କ ହାତରେ ସ୍ନେହର ଡୋରୀ ରାକ୍ଷୀ ବାନ୍ଧିଥାନ୍ତି। ଭାଇ-ଭଉଣୀର ଅତୁଟ ବନ୍ଧନର ପ୍ରତୀକ ରାକ୍ଷୀ। ଏହା ବଦଳରେ ଭାଇମାନେ ଭଉଣୀମାନଙ୍କୁ ଉପହାର ଓ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇଥାନ୍ତି। ହିନ୍ଦୁ ରୀତିନୀତି ଅନୁସାରେ ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାରେ ରାକ୍ଷୀ ପର୍ବ ପାଳନ କରାଯାଏ। ଶ୍ରୀମନ୍ଦିରରେ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା । ଏଥିପାଇଁ ପାଟେରା ସେବକମାନେ ପ୍ରସ୍ତୁତ କରିଛନ୍ତି ବିରାଟ ରାକ୍ଷୀ । ରାକ୍ଷୀ ବଜାରରେ ଭଳିକି ଭଳି ରାକ୍ଷୀର ପସରା, ମିଠା ଦୋକାନରେ ମିଠାର ସମ୍ଭାର ଦେଖିବାକୁ ମିଳିଛି । ସାରା ଦେଶରେ ରାକ୍ଷୀପୂର୍ଣ୍ଣମାକୁ ଖୁବ ଧୁମଧାମରେ ପାଳନ କରାଯାଉଛି।






More Stories
ସତର୍କ ରୁହନ୍ତୁ……
ସଫଳ ହେବେ…..
ବନ୍ଧୁଙ୍କ ସହ ସମୟ କଟିବ…..