ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନୁଦାନ ରାଶି ବୃଦ୍ଧି କରାଯାଇଛି। ପୂର୍ବରୁ ପିଏମ ଆବାସ ନିର୍ମାର ପାଇଁ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯାଉଥିବା ବେଳେ ଏଣିକି ମିଳିବ ୧ ଲକ୍ଷ ୮୦ ହଜାର ଟଙ୍କା। ଏ ନେଇ ଖୁବଶୀଘ୍ର ନିର୍ଦେଶାବଳୀ ଆସିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହା ସହିତ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଆଇନ(ଏମଜିଏନଆରଇଜିଏ)କୁ ମିଶାଇଲେ ପିଏମ ଆବାସରେ ହିତାଧିକାରୀଙ୍କୁ ମୋଟ ୨ ଲକ୍ଷ ଟଙ୍କା ମିଳିବ। ସେହିପରି ଶୌଚାଳୟ ନିର୍ମାଣ ଅନୁଦାନ ରାଶି ବି ବୃଦ୍ଧି କରାଯିବ। ପୂର୍ବରୁ ଶୌଚାଳୟ ପାଇଁ ୧୨ ହଜାର ମିଳୁଥିଲା। ମାତ୍ର ଏଣିକି ୨୦ ହଜାର ଟଙ୍କା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।






More Stories
ବଢ଼ିଲା ନେତାଙ୍କ ସୁରକ୍ଷା…..
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..