Report Card Odisha

| Daily Odia News

ରାଜୁ ମଣ୍ଡଳ କୁ ରାଞ୍ଚି ନେଲା କମିସନରେଟ୍ ପୋଲିସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସିମ୍ ବକ୍ସ ମାମଲାରେ ଅଭିଯୁକ୍ତ ରାଜୁ ମଣ୍ଡଳକୁ କମିସନରେଟ୍ ପୋଲିସ ଝାରଖଣ୍ଡର ରାଞ୍ଚିକୁ ନେଉଥିବା ଜଣାଯାଇଛି। ଭୁବନେଶ୍ୱର, କଟକ ପରେ ଝାରଖଣ୍ଡରେ ସିମ୍ ବକ୍ସ ରହିଛି ବୋଲି ତଦନ୍ତରୁ ଜଣାପଡ଼ିବା ପରେ ପୋଲିସ ତାକୁ ରାଞ୍ଚି ନେଉଛି। ଗତକାଲି କମିସନରେଟ ପୋଲିସ ଏହି ସୂଚନା ଦେଇଥିଲା। ଏହାପରେ ତଦନ୍ତକାରୀ ଟିମ୍ ସହିତ ଅଭିଯୁକ୍ତ ରାଜୁ ମଣ୍ଡଳକୁ ଝାରଖଣ୍ଡ ନିଆଯାଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଅସଦୁର ଜମାନକୁ ଗିରଫ କରିବା ପାଇଁ ଇଣ୍ଟରପୋଲର ସହାୟତା ନେଇଛି କମିସନରେଟ ପୋଲିସ। ଭୁବନେଶ୍ୱର, କଟକରୁ ସିମ୍ ବକ୍ସ ମିଳିବା ପରେ ୫ ଦିନିଆ ପୋଲିସ ରିମାଣ୍ଡରେ ରହିଛି ରାଜୁ ମଣ୍ଡଳ। କମିସନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡର ୨ଟି ଟିମ୍ ରାଞ୍ଚି ଯାଉଛି। ତୃତୀୟ ସିମ୍ ବକ୍ସ ମିଳିବା ପରେ ଆହୁରି ଅଧିକ ତଥ୍ୟ ପୋଲିସକୁ ମିଳିବ। ଆତଙ୍କୀ ଲିଙ୍କ ତଦନ୍ତ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ମଧ୍ୟ ଆସି ଭୁବନେଶ୍ୱରରେ ପହଞ୍ଚିବ ବୋଲି ସୂଚନା ରହିଛି। ଭୁବନେଶ୍ୱର ଓ କଟକରୁ ମୋଟ ୧୨ ଟି ସିମ୍ ବକ୍ସ ଜବତ କରିସାରିଲାଣି ପୁଲିସ।

Breaking News