ରିପୋର୍ଟ କାର୍ଡ / ଗଞ୍ଜାମ
ଦେଶୀ ମଦ ପିଇବା ୧୫ରୁ ଅଧିକ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁରର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏପରି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଚିକିଟି କରବାଲୁଆ ଅଞ୍ଚଳରେ ଗତ କାଲି ଘଟିଛି । ସମସ୍ତ ଅସୁସ୍ଥ କରବାଲୁଆ ଗାଁର ବୋଲି ଜଣାଯାଇଛି। ଗତକାଲି ମାଉନ୍ଦପୁର ନିକଟରେ ବିକ୍ରି ହେଉଥିବା ଦେଶୀ ମଦ ସେମାନେ ପିଇଥିଲେ। ଏହାପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସମସ୍ତଙ୍କୁ ଚିକିଟି ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅବକାରୀ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମାଉନ୍ଦପୁର, ଜେନାପୁର, କରବାଲୁଆ ଗାଁରେ ଛାନଭିନ୍ କରୁଛନ୍ତି।






More Stories
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା……
ମା’କୁ ଜାଳିଦେଲେ ପୁଅ…..