ରିପୋର୍ଟ କାର୍ଡ / ଗଞ୍ଜାମ
ରାକ୍ଷୀରେ ସୁରକ୍ଷା ପାଇଁ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥିଲା, ସେହି ଭାଇ ପାଲଟିଗଲା ହତ୍ୟାକାରୀ। ଆଉ ରାକ୍ଷୀ ଭଉଣୀର ଗଳା କାଟି ଦେଲା। ଫେରାର ହେବା ନିମନ୍ତେ ଏକ ଚଳନ୍ତା ବସ୍ରେ ଚଢ଼ୁ ଚଢ଼ୁ ଖସି ପଡ଼ି ଚାଲିଯାଇଛି ଅଭିଯୁକ୍ତ ଭାଇର ଜୀବନ । ଅଭିଯୁକ୍ତ ଭାଇଜଣକ ହେଲେ ଆଶୁତୋଷ ପାଣିଗ୍ରାହୀ। ଏପରି ଘଟଣା ଗଞ୍ଜାମ ଜିଲ୍ଲା ବଡ଼ବଜାର ଥାନା ଅଞ୍ଚଳରେ ଘଟିଛି। ୧୩ ବର୍ଷୀୟା ପ୍ରଯୋକ୍ତା ପାଣିଗ୍ରାହୀ ଓ ତାଙ୍କ ଭାଇ ଆୟୁଷ୍ମାନ ପାଣିଗ୍ରାହୀ ବଡ଼ବଜାର ଥାନା ସପ୍ତମ ଗଳିରେ ରହୁଥିବା ନିଜ ସମ୍ପର୍କୀୟ ବଡ଼ବାପାଙ୍କ ଘରକୁ ଗତକାଲି ଯାଇଥିଲେ। ଘରର ତଳ ମହଲାରେ ପୂଜା ଚାଲିଥିବା ବେଳେ ଉପର ମହଲାରେ ପ୍ରଯୋକ୍ତା, ଭାଇ ଆୟୁଷ୍ମାନ ଓ ସମ୍ପର୍କୀୟ ଭାଇ ଆଶୁତୋଷ ପାଣିଗ୍ରାହୀ ଥିଲେ। ହଠାତ୍ ଚିତ୍କାର ଶୁଣି ପରିବାର ଲୋକେ ଉପର ମହଲାକୁ ଧାଇଁ ଯାଇଥିଲେ। ସେତେବେଳେ ଚଟାଣରେ ରକ୍ତ ଜୁଡୁବୁଡ଼ୁ ହୋଇ ପଡ଼ିଥିଲେ ପ୍ରଯୋକ୍ତା ଓ ଆୟୁଷ୍ମାନ। ଉଭୟଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଛୁରୀ ମାଡ଼ ହୋଇଥିଲା। ହେଲେ ନଥିଲେ ଆଶୁତୋଷ। ସିଏ କୁଆଡ଼େ ଉଉଣୀ ଓ ଭାଇକୁ ଛୁରା ମାଡ଼ କରି ଚମ୍ପଟ ମାରିଥିଲେ। ପରିବାର ଲୋକ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପ୍ରଯୋକ୍ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଆୟୁଷ୍ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗଜନକ ରହିଛି। ଭଉଣୀ, ଭାଇଙ୍କୁ ଛୁରୀ ଭୁଶିବା ପରେ ଧରା ପଡ଼ିଯିବା ଭୟରେ ଅଭିଯୁକ୍ତ ଭାଇ ଆଶୁତୋଷ ହିଞ୍ଜିଳିକାଟୁ ନିକଟସ୍ଥ ପୋଚିଲୀମାଠାରେ ଏକ ଚଳନ୍ତା ସରକାରୀ ବସରେ ଚଢ଼ିବାକୁ ଉଦ୍ୟମ କରୁଥିଲେ। ମାତ୍ର ବସ୍ର ବେଗ ଅଧିକ ଥିବାରୁ ସେ ଖସି ପଡିଥିଲେ। ଫଳରେ ବସ୍ ଚକା ତାଙ୍କ ଉପରେ ଚଢ଼ିଯିବାରୁ ସେ ଗୁରୁତର ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହିଞ୍ଜିଳିକାଟୁ ମେଡିକାଲ ଓ ପରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସିତ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଶୁତୋଷ ପାଣିଗ୍ରାହୀର ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।






More Stories
ବରଗଡ ଧନୁଯାତ୍ରା ପାଇଁ ୧ କୋଟି…..
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା……