Report Card Odisha

| Daily Odia News

ବିଷାକ୍ତ ମଦ ନେଲା ଆଉ ଜଣଙ୍କ ଜୀବନ,ମୃତ୍ୟୁ ସଂଖ୍ୟା ଦୁଇକୁ ବୃଦ୍ଧି……

ରିପୋର୍ଟ କାର୍ଡ / ଗଂଜାମ

ବିଷାକ୍ତ ମଦ ନେଇଛି ଆଉ ଜଣଙ୍କ ଜୀବନ। ମୃତ୍ୟୁ ସଂଖ୍ୟା ଦୁଇରେ ପହଞ୍ଚିଲା। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଜେନାପୁର ଗାଁର ଲୋକନାଥ ବେହେରାଙ୍କ ମୃତ୍ୟୁ ଘଟିଛି। ଲୋକନାଥଙ୍କ ସାଙ୍ଗରେ ମଦ ପିଇବାକୁ ଯାଇଥିବା ଜୁର ବେହେରାଙ୍କର ଆଜି ସକାଳେ ମୃତ୍ୟୁ ଘଟିଥିଲା। ଏବେ ମଧ୍ୟ ୧୨ ଜଣ ଏମ୍‌କେସିଜି ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ଭିତରେ ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ଦୁଇ ଦିନ ତଳେ ଚିକିଟି ଜେନାପୁର ଗାଁର ଜୁର ବେହେରା ଓ ଲୋକନାଥ ବେହେରା ସାଙ୍ଗ ହୋଇ ମଦ ପିଇବାକୁ ଯାଇଥିଲେ। ମଦ ପିଇ ଘରକୁ ଆସିବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ଚିକିଟି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଉଭୟଙ୍କୁ ଭେଣ୍ଟିଲେଟର ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଜୁର ବେହେରାଙ୍କ ମୃତ୍ୟୁ ଘଟିଥିଲା। ଆଉ ଅପରାହ୍ନ ୩ଟାରେ ଲୋକନାଥ ବେହେରାଙ୍କ ମୃତ୍ୟୁ ଘଟିଥିଛି। ଏବେ ମଧ୍ୟ କରଦାଲୁଧା ଓ ଜେନାପୁର ଗାଁର ୧୨ ଜଣ ଏମ୍‌କେସିଜିରେ ଭର୍ତ୍ତି ହୋଇଛନ୍ତି। ଏମ୍‌କେସିଜିରେ ଭର୍ତ୍ତିରେ ଭର୍ତ୍ତି ହୋଇଥିବା ୧୨ ଜଣଙ୍କ ଭିତରୁ ଏବେ ମଧ୍ୟରେ ୨ ଜଣ ଭେଣ୍ଟିଲେଟ୍‌ରରେ ରହିଛନ୍ତି। ଆଉ ୧୦ ଜଣଙ୍କ ଭିତରୁ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟୁନି। ତେଣୁ ସେମାନଙ୍କୁ ଆଉସିୟୁରେ ରଖାଯାଇଛି। ଯେ କୌଣସି ମୁହୂର୍ତ୍ତରେ ଭେଣ୍ଟିଲେଟ୍‌ରରେ ଭର୍ତ୍ତି କରାଯାଇପାରେ। ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିବା ବିଷାକ୍ତ ମଦ୍ୟପଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ମେଡ଼ିକାଲ୍‌ର ବରିଷ୍ଠ ଓ ଅଭିଜ୍ଞ ଚିକିତ୍ସକମାନେ ଚିକିତ୍ସା ସେବା ଯୋଗାଉଛନ୍ତି। ଚିକିଟି ଥାନା ମାଉନ୍ଦପୁର ଓ ଢିପସାହି ଗାଁରେ ଥିବା ଦେଶୀ ଭାଟିକୁ ଦୁଇ ଦିନ ମଦ ୨୧ ଜଣରୁ ଅଧିକ ଲୋକ ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ଚିକିଟି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଭିତରୁ ୧୪ ଜଣ ଗୁରୁତରଙ୍କ ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଘଟଣାରେ ମଦ ମାଫିଆଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି।

Breaking News