ରିପୋର୍ଟ କାର୍ଡ / ଭୁବନେଶ୍ୱର
ସିମ୍ ବକ୍ସ ପଛର ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ସ୍ମାର୍ଟ ସୁଇଚ୍ ଦ୍ୱାରା ହେଉଥିଲା ସିମ୍ ବକ୍ସ କଣ୍ଟ୍ରୋଲ। ଢାକାରେ ବସି ଆସାଦୁର ଭୁବନେଶ୍ୱର ଓ ରାଞ୍ଚିରେ ବସିଥିବା ସିମ୍ ବକ୍ସକୁ ଅପରେଟ୍ କରିବା ସହ କଣ୍ଟ୍ରୋଲ କରୁଥିଲା। କମିଶନରେଟ ପୋଲିସ ଓ NIA ପକ୍ଷରୁ ଗୁଡ଼ାଇତୁଡ଼ାଇ ପଚରାଉଚରା ପରେ ଏପରି ସାଂଘାତିକ ତଥ୍ୟ ଉଗାରିଛି ରାଜୁ ମଣ୍ଡଳ। ସିମ୍ ବକ୍ସ ଗୁମରର ମାଷ୍ଟର ମାଇଣ୍ଡ ଆସାଦୁର୍ ଜମାନ ବାଂଲାଦେଶୀ ହୋଇଥିବା ବେଳେ କଟକ, ଭୁବନେଶ୍ୱର ଓ ରାଞ୍ଚିରେ ସେ ଲଗାଇଥିଲା ସିମ୍ ବକ୍ସ। ତେବେ ଏହାକୁ ସେ କିପରି ନିୟନ୍ତ୍ରଣ କରୁଥିଲା ତାହା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ। ପୋଲିସ କମିଶନର ସଞ୍ଜୀବ ପଣ୍ଡା ଆଜି ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ଓ ରାଞ୍ଚିରେ ବସିଥିବା ସିମ୍ ବକ୍ସରେ ଲାଗିଥିଲା ସ୍କାର୍ଟ ସୁଇଚ୍। ଆସାଦୁର୍ ଢାକାରେ ରହି ଏହାକୁ କଣ୍ଟ୍ରୋଲ କରୁଥିଲା।






More Stories
ବେଆଇନ ନିଯୁକ୍ତି ନେଇ ତାଗିଦ…..
ନୂଆ ରୂପ ନେବ ରାଜ୍ୟର ସବୁ ବସ୍ଷ୍ଟାଣ୍ଡ…..
୧୦ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର…..