ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡି ସରକାରରେ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଖାସ୍ ସହଯୋଗୀ ଆଇପିଏସ୍ ଡିଏସ୍ କୁଟ୍ଟେ ଓ ଆଶୀଷ ସିଂଙ୍କ ଅଡ଼ୁଆ ବଢ଼ିଛି । ଉଭୟ ଅଫିସରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ସହ ସେମାନଙ୍କୁ ଚାର୍ଜସିଟ୍ ଜାରି କରିଛନ୍ତି । ତେବେ ଆଇପିଏସ୍ ଶ୍ରୀ କୁଟ୍ଟେଙ୍କ ବିରୁଦ୍ଧରେ ୨ଜଣ ଆଇଏଏସ୍ ଅଫିସର ଲିଖିତ ଭାବେ ଦେଇଥିବା ସଙ୍ଗୀନ ଅଭିଯୋଗ ଆଧାରରେ ତାଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଜାରି ହୋଇଛି ଓ ୩୦ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀ କୁଟ୍ଟେଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରମାଣିତ ହେଲେ, ତାଙ୍କୁ ଚାକିରିରୁ ବରଖାସ୍ତ ହେବାକୁ ପଡ଼ିପାରେ ଅବା ତାଙ୍କୁ ପଦୋବନତି ଭଳି କାର୍ଯ୍ୟାନୁଷ୍ଠାନ ଭୋଗିବାକୁ ପଡ଼ିବ ବୋଲି ଜଣାପଡ଼ିଛି । ସେହିପରି ଆଇପିଏସ୍ ଆଶୀଷ ସିଂଙ୍କ ବିରୁଦ୍ଧରେ ବି ଅଗଷ୍ଟ ୬ତାରିଖରେ ଚାର୍ଜସିଟ୍ ଜାରି ହୋଇଛି । ତାଙ୍କୁ ମଧ୍ୟ ୩୦ଦିନ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଶ୍ରୀ ସିଂ ସ୍ୱାସ୍ଥ୍ୟ ଖରାପ ଥିବା ନେଇ ମିଛ କହିଥିବାର ପ୍ରମାଣ ମିଳିଛି । ସେ ସ୍ୱାସ୍ଥ୍ୟଗତ ଓ ମାନସିକସ୍ତରରେ ସମ୍ପୂର୍ଣ୍ଣ ଫିଟ୍ ଥିବା ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଭୁବନେଶ୍ୱର ଏମ୍ସର ମେଡିକାଲ ବୋର୍ଡ ରିପୋର୍ଟ ଦେଇଥିଲେ । ତେବେ ସର୍ବଭାରତୀୟ ସେବାର ଉଚ୍ଚ ପାହ୍ୟାରେ ଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ଏଭଳି ଆଚରଣ ସିଧାସଳଖ ସବର୍ଭାରତୀୟ ସେବାର କଣ୍ଡକ୍ଟ ରୁଲସ୍ -୧୯୬୮ର ରୁଲ-୩ର ଉଲ୍ଲଘଂନ କରୁଛି । ତେଣୁ ଏହି ଉଭୟ ଅଫିସରଙ୍କ ଅଡ଼ୁଆ ବଢ଼ିଛି ।
More Stories
ଆସୁଛି ଲଘୁଚାପ !ପ୍ରବଳ ବର୍ଷା ସମ୍ଭାବନା…..
‘Gen-Z ବଞ୍ଚାଇବ ସମ୍ବିଧାନ: ରାହୁଲ…..
ଶ୍ରୀମୟୀଙ୍କ ପାଇଁ ବାହାରିଲେ ଦେବାଶିଷ…..