Report Card Odisha

| Daily Odia News

କେଜ୍ରିୱାଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସିବିଆଇକୁ ମିଳିଲା ଅନୁମତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଆବଶ୍ୟକ ଅନୁମତି ମିଳିଛି ବୋଲି ସିବିଆଇ କହିଛି। କେଜ୍ରିୱାଲଙ୍କ ସହ ଆପ୍ ବିଧାୟକ ଦୁର୍ଗେଶ ପାଠକଙ୍କ ନାମ ମଧ୍ୟ ଏହି ଅନୁମତିରେ ରହିଛି। ସ୍ବତନ୍ତ୍ର ବିଚାରପତି କାବେରୀ ବାଭେଜାଙ୍କ ନିକଟରେ ଏହି ଯୁକ୍ତି ଉପସ୍ଥାପନ କରାଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୭ତାରିଖକୁ ଧାର୍ଯ୍ୟ କରାଯାଇଛି। ସେହି ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧି ଶେଷ ହେବାକୁ ଯାଉଛି। ଅଗଷ୍ଟ ୧୨ରେ ଶ୍ରୀ କେଜ୍ରିୱାଲ ଓ ଶ୍ରୀ ପାଠକଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଆବଶ୍ୟକ ପ୍ରାମାଣିକ ଦସ୍ତାବିଜ ପାଇଁ କୋର୍ଟ ସିବିଆଇକୁ ୧୫ ଦିନ ସମୟ ଦେଇଥିଲେ। କେଜ୍ରିୱାଲ ମାର୍ଚ୍ଚ ୨୧ରୁ ଜେଲରେ ଅଛନ୍ତି ଏବଂ ମେ’ ମାସରେ ହୋଇଥିବା ଲୋକସଭା ନିର୍ବାଚନ ସମୟରେ ତାଙ୍କ ଦଳ ପାଇଁ ପ୍ରଚାର କରିବା ନିମନ୍ତେ ତାଙ୍କୁ ଅଳ୍ପ ସମୟ ପାଇଁ ଜାମିନ ମିଳିଥିଲା।

Breaking News