ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରର ସାଲିଆସାହିରେ ବୁଲିଲା ବୁଲଡୋଜର। ସାଲିଆସାହିରେ ୩ଟି ଦେଶୀ ମଦ କାରଖାନା ଠାବ ହେବା ପରେ ବୁଲଡୋଜର ବୁଲିଛି । ବୁଲଡୋଜର ଲଗାଇ ଚୋରା ମଦ ଭାଟି ପୋଲିସ ଭାଙ୍ଗିଛି । ଘଟଣାସ୍ଥଳରେ ଡିସିପି ପ୍ରତୀକ ସିଂହ ଉପସ୍ଥିତ ଥିବା ବେଳେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ସୂଚନା ଯୋଗ୍ୟ, ରାଜଧାନୀ ଭୁବନେଶ୍ଵରରେ ଦେଶୀ ମଦ ତିଆରି ହୋଇ ବିକ୍ରି ହେଉଥିବାବେଳେ ଏହାକୁ ରୋକିବାକୁ ଅଣ୍ଟା ଭିଡିଡ଼ି ପୁଲିସ। ଶନିବାର ପୋଲିସ ପକ୍ଷରୁ ସାଲିଆସାହିରେ ଚଢ଼ାଉ କରାଯିବା ବେଳେ ଏକ ଦେଶୀ ମଦ କାରଖାନା ଠାବ ହୋଇ ଥିଲା। ସେଠାରୁ ସହିତ ବିପୁଳ ପରିମାଣରେ ଦେଶୀ ମଦ, ପୋଚ ଏବଂ ମଦ ତିଆରି ପାଇଁ ବ୍ୟବହାର କରାଯାଉଥିବା ସରଞ୍ଜାମଗୁଡ଼ିକୁ ଜବତ କରାଯାଇଥିଲା। ଚଢ଼ାଉ ସମୟରେ ବହୁ ସଂଖ୍ୟକ ଡ୍ରମରେ ଦେଶୀ ମଦ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଏଠାରେ ରାଜଧାନୀର ବିଭିନ୍ନ ଅଞ୍ଚଳକୁ ଦେଶୀ ମଦ ଚାଲାଣ କରାଯାଉଥିବା ଏବେ ସାମ୍ନାକୁ ଆସିଛି।
More Stories
ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଶୁଭମିତ୍ରାଙ୍କ ମର୍ଡର କେସ……
ମୁଖ୍ୟମନ୍ତ୍ରୀଙ୍କ ଭାଜପା ବିଧାୟକ ଦଳ ବୈଠକ……
ଭିଜିଲାନ୍ସ ଜାଲରେ ରେଂଜର……