ରିପୋର୍ଟ କାର୍ଡ / ପୁରୀ
ଜନ୍ମାଷ୍ଟମୀରେ ଭକ୍ତିଭାବରେ ବୁଡିଲା ସାରା ବିଶ୍ଵ। ସୋମବାର ରାତିରେ ବିଭିନ୍ନ କୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହୋଇଛି। ଏଥିପାଇଁ ମନ୍ଦିର ଗୁଡିକରେ ସ୍ଵତନ୍ତ୍ର ନୀତିକାନ୍ତି କରାଯାଇଥିଲା। ଦେଶର ସବୁ ମନ୍ଦିରରେ ରାତି ସାରା ଲାଗିଥିଲା ଭକ୍ତଙ୍କ ଭିଡ। ଭଜନ କୀର୍ତ୍ତନ ସାଙ୍ଗକୁ ମନ୍ଦିର ଗୁଡିକରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ। ମଥୁରା ଏବଂ ବୃନ୍ଦାବନରେ ହୋଇଥିଲା ସ୍ଵତନ୍ତ୍ର ଆୟୋଜନ। ସେପଟେ ଶ୍ରୀମନ୍ଦିରରେ ଆଜି ପାଳିତ ହେବ ନନ୍ଦୋତ୍ସବ ନୀତି। ସନ୍ଧ୍ୟା ଆଳତୀ ସରିବା ପରେ ମହାଜନ ସେବାୟତମାନେ ରାମକୃଷ୍ଣ ଏବଂ ଦକ୍ଷିଣ ଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ। ମଇଲମ ଏବଂ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଏବଂ ମାର୍କଣ୍ଡି ପୂଜା ହେବ। ମଙ୍ଗାଳାର୍ପଣ ଏବଂ ବନ୍ଦାପନା ସରିବା ପରେ ଭଣ୍ଡାର ଘରୁ ଦେବୀ ଦୁର୍ଗାଙ୍କୁ ପତି ମହାପାତ୍ର ବିଜେ କରାଇବେ। ଦୋଳିରେ ବସିଥିବା ରାମକୃଷ୍ଣ ଏବଂ ମଦନମୋହନଙ୍କୁ ଓହ୍ଲାଇ ଖଟ ଉପରେ ବିଜେ କରାଇବାର ପରମ୍ପରା ରହିଛି






More Stories
ସତର୍କ ରୁହନ୍ତୁ…..
କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ…..
ସୁଖୀ ରହିବେ…..