Report Card Odisha

| Daily Odia News

ଖୁବ୍ ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା….

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟରେ ଖୁବ୍ ଶୀଘ୍ର ସିଏମ୍ କିଷାନ ଯୋଜନା ଆରମ୍ଭ ହେବ। ଏନେଇ ଆଜି ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସିଂହଦେଓ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ଷକୁ ୨ଟି କିସ୍ତିରେ କୃଷକମାନଙ୍କୁ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା ମିଳିବ। ଏହାଛଡ଼ା ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ ୧୨,୫୦୦ ଟଙ୍କା। ସେ ଆହୁରି କହିଛନ୍ତି, ନୂଆ ଚାଷୀଙ୍କୁ ସାମିଲ ପାଇଁ ସିଏମ୍ କିଷାନ ପୋର୍ଟାଲରେ ଆବେଦନ କରିହେବ। ଯୋଗ୍ୟତା ଥାଇ ବି ଯେଉଁ ଚାଷୀମାନେ ପିଏମ୍ କିଷାନ ଯୋଜନାରୁ ବାଦ୍ ହୋଇଥିଲେ ସେମାନଙ୍କୁ ସାମିଲ ଲାଗି ବ୍ୟବସ୍ଥା କରାଯାଇଛି। ବିଧାନସଭାରେ ବାଲେଶ୍ବର ସଦର ବିଜେପି ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ କୃଷି ମନ୍ତ୍ରୀ କେ.ଭି ସିଂ ଦେଓ ଏହି ଲିଖିତ ଉତ୍ତର ଦେଇଛନ୍ତି। ତେବେ ଏହାର ଶୁଭାରମ୍ଭ ତାରିଖର ଘୋଷଣା କରିନାହାନ୍ତି କୃଷି ମନ୍ତ୍ରୀ କେଭି ସିଂହଦେଓ।

Breaking News