ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଧାନସଭା ଶୂନ୍ୟକାଳରେ ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗକୁ ନେଇ ହଙ୍ଗାମା । ଗଞ୍ଜାମ ଚିକିଟିରେ ବିଷାକ୍ତ ମଦ ଖାଇ ଆଜି ଆଉ ଜଣେ ଆଖି ବୁଝିଛନ୍ତି। ଫଳରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ହୋଇଥିବାରୁ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ। ସରକାର ଗୃହରେ ଏସମ୍ପର୍କରେ ବିବୃତ୍ତି ରଖିବାକୁ ଦାବି କରିଛନ୍ତି ବିରୋଧୀ। ଶୂନ୍ୟକାଳରେ ବିରୋଧୀ ବିଜେଡିର ସଦସ୍ୟମାନେ ହୋହାଲ୍ଲା କରିବା ସହ ଅବାକରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ନିଶାମୁକ୍ତ ଓଡ଼ିଶା ଗଠନ କହି ସରକାରକୁ ଆସିଥିଲା ବିଜେପି। ହେଲେ ଏବେ କଣ ହେଉଛି, ନୈତିକତା ଦୃଷ୍ଟିରୁ ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ସେହିପରି ନାରୀ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା। ଅଢେଇ ମାସରେ ୬ଜଣଙ୍କୁ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ରାଜ୍ୟରେ ନାରୀ ସୁରକ୍ଷାକୁ ସରକାର ଗୁରୁତ୍ୱ ଦିଅନ୍ତୁ ବୋଲି କଂଗ୍ରେସ କହିଛି।






More Stories
୧୩ରେ ରାଜ୍ୟ କ୍ୟାବିନେଟ୍……
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..