ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିର୍ବାଚନ ମୈଦନାକୁ ଓହ୍ଲାଇବେ ଷ୍ଟାର୍ ରେସଲର୍ ବଜରଙ୍ଗ ପୁନିଆ ଓ ଭିନେଶ ଫୋଗାଟ୍। ହରିଆଣା ବିଧାନସଭା ନିର୍ବାଚନରେ ଏମାନେ ଦେବେ ନିଜ ଭାଗ୍ୟ ପରୀକ୍ଷା। ଏଥିପାଇଁ ଉଭୟଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ ବୋଲି ସୂତ୍ରରୁ ସୂଚନା ମିଳିଛି। ରେସଲର ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଏଥିସହ ଉଭୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଭେଟିଛନ୍ତି। ଏହି ଦେଖାସାକ୍ଷାତ ପରେ ହିଁ ଉଭୟ ନିର୍ବାଚନୀ ମୈଦାନକୁ ଓହ୍ଲାଇବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ଆସନ୍ତା ମାସରେ ହରିଆଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଉଭୟ ପ୍ରତିଦ୍ୱନ୍ଦ୍ୱିତା କରିବେ। କଂଗ୍ରେସ ଟିକେଟ୍ରେ ହରିଆଣାର ବାଦିଲ୍ରୁ ବଜରଙ୍ଗ ପୁନିଆ ନିର୍ବାଚନ ଲଢ଼ିବେ। ସେହିପରି ଭିନେଶ ଫୋଗାଟ ଜୁଲାନା ଆସନରୁ ପ୍ରତିଦ୍ୱନ୍ଦ୍ୱୀ କରିବେ ବୋଲି କୁହାଯାଉଛି। ତେବେ ଏନେଇ କଂଗ୍ରେସ ପକ୍ଷରୁ ଏଯାଏଁ କୌଣସି ଘୋଷଣା ହୋଇନାହିଁ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..