ରିପୋର୍ଟ କାର୍ଡ / ଭୁବନେଶ୍ଵର
ସୁଭଦ୍ରା ଯୋଜନାକୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ମହିଳାମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଚଳଚଞ୍ଚଳ ହୋଇପଡ଼ିଛନ୍ତି। ଇତି ମଧ୍ୟରେ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା କଲ୍ ସେଣ୍ଟର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଏକ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ସୁଭଦ୍ରା ଯୋଜନା ପାଇଁ ଆବେଦନର ଶେଷ ତାରିଖ ନାହିଁ। କିସ୍ତି ମିଳିବା ପରେ ଆବେଦନ କରିଥିଲେ ମଧ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି। ୧୭ ତାରିଖ ପରେ ପଞ୍ଜିକରଣ କଲେ ମଧ୍ୟ ହିତାଧିକାରୀମାନେ ଟଙ୍କା ପାଇପାରିବେ। ସୁଭଦ୍ରା ଫର୍ମ ଦାଖଲ କରିବାର କୌଣସି ଶେଷ ତାରିଖ ନାହିଁ। ସୂଚନାଯୋଗ୍ୟ, ଆସନ୍ତା ୧୭ ତାରିଖରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି। ଅପରପକ୍ଷେ, ଆବେଦନ ପାଇଁ ଆଧାରକାର୍ଡ ଓ ବ୍ୟାଙ୍କ ପାସ୍ବୁକ୍ରେ ଥିବା ତ୍ରୁଟିକୁ ସଂଶୋଧନ କରିବାକୁ ମୋ ସେବା କେନ୍ଦ୍ର, ଡାକଘର, ଅନ୍ଲାଇନ୍ ସେଣ୍ଟର ଓ ବ୍ୟାଙ୍କରେ ମହିଳାମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି |






More Stories
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..
ଆସୁଛି ପଛକୁ ପଛ ୨ ଘୂର୍ଣ୍ଣିବଳୟ…..
ଷ୍ଟାଣ୍ଡିଙ୍ଗ କମିଟି ଗଠନ କଲେ ବାଚସ୍ପତି……