ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଓଡ଼ିଶା କ୍ୟାଡ଼ରର ୧୯୮୭ ବ୍ୟାଚ୍ ଆଇଏଏସ୍ ରାଜେଶ ବର୍ମା କମିଶନ ଫର ଏୟାର କ୍ୱାଲିଟି ମ୍ୟାନେଜମେଂଟ(ସିଏକ୍ୟୁଏମ) ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତିଙ୍କ ସଚିବ ଭାବେ ସେ ଅଗଷ୍ଟ ୩୧ତାରିଖରେ ସରକାରୀ ଚାକିରିରୁ ଅବସର ନେଇଥିଲେ। ସୂଚନା ଅନୁସାରେ, ଶ୍ରୀ ବର୍ମା ନ୍ୟାସନାଲ କ୍ୟାପିଟାଲ ରିଜନ(ଏନସିଆର) ଓ ତା’ର ପାଶ୍ୱର୍ବର୍ତ୍ତୀ ଅଂଚଳରେ ଏୟାର କ୍ୱାଲିଟି ମ୍ୟାନେଜମେଂଟ କମିଶନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ ଦିନଠୁ ୩ବର୍ଷ ପାଇଁ କାର୍ଯ୍ୟ କରିବେ । ଦୀର୍ଘ ସାଢ଼େ ୩ ଦଶନ୍ଧି ଧରି ସେ ଆଇଏଏସ୍ ଅଫିସର ଭାବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରରେ ବିଭିନ୍ନ ପ୍ରଶାସନିକ ପଦପଦବୀରେ କାର୍ଯ୍ୟ କରିଛନ୍ତି । ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ବର୍ମା ତାଙ୍କର ସଚିବ ଦାୟିତ୍ୱ ତୁଲାଇଥିଲେ ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..