ରିପୋର୍ଟ କାର୍ଡ / ଭୁବନେଶ୍ୱର
୨୦୨୫ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ରାଜସ୍ୱ ଗାଁକୁ ବିଜୁଳି ସଂଯୋଗ କରାଯିବ। ଆଜି ବିଧାନସଭା ପ୍ରଶ୍ନକାଳରେ ବିଜୁଳି ସଂଯୋଗ ସମ୍ପର୍କରେ ଆଲୋଚନା ହେବା ବେଳେ ଏହି ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ କେ.ଭି ସିଂଦେଓ। ସମସ୍ତ ଗାଁକୁ କେବେ ବିଜୁଳି ସଂଯୋଗ ହେବ ତେଲକୋଇ ବିଧାୟକ ଫକୀର ମୋହନ ନାୟକ ଏବଂ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଅପହଞ୍ଚ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ଲାଗି ଓରେଡା ଦାୟିତ୍ୱରେ ଥିବା ଜିଲ୍ଲାସ୍ତରୀୟ କମିଟି କାହିଁକି ନିୟମିତ ବସୁନି ବୋଲି ପ୍ରଶ୍ନ କରିଥିଲେ ବଦ୍ରି ପାତ୍ର। ଏହାର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ୨୪ବର୍ଷ ହେବ ଆପଣଙ୍କ ସରକାର ଥିଲା। କାହିଁକି କମିଟି ନିୟମିତ ବସିନଥିଲା ଆପଣ ସେତେବେଳେ କହିବା କଥା। ଆମେ ୩ମାସ ହେବ ଆସିଛୁ, ନିୟମିତ କମିଟି ବସିବ ବୋଲି ଆଶ୍ୱାସନା ଦେଇଛନ୍ତି କେଭି।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..