ରିପୋର୍ଟ କାର୍ଡ / ଭୁବନେଶ୍ୱର
କୁକୁରଙ୍କ ପାଇଁ ଭୁବନେଶ୍ୱର ଏବଂ କଟକ ସମେତ ରାଜ୍ୟର କିଛି ପ୍ରମୁଖ ସହରରେ ଶ୍ମଶାନ କରାଯିବ। ଆଜି ବିଧାନସଭାରେ ବିଧାୟିକା ସୋଫିଆ ଫିର୍ଦ୍ଦୋସ କୁକୁରଙ୍କ ଶ୍ମଶାନ ନେଇ ପ୍ରଶ୍ନ କରିଥିଲେ | ଏହି ପ୍ରଶ୍ନରେ ନଗର ଉନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଲିଖିତ ଭାବେ କହିଛନ୍ତି, ଯଦିଓ ଏବେ ଯାଏ ବିଭାଗ ଏ କଥାକୁ ବିଚାର କରି ନାହିଁ। କିନ୍ତୁ ବିଧାୟିକାଙ୍କ ଏହି ପ୍ରସ୍ତାବ ପ୍ରଶଂସନୀୟ ତେଣୁ ପରିବେଶ ଦିଗ ଏବଂ ଜନସ୍ୱାସ୍ଥ୍ୟ ସୁବିଧାକୁ ମୂଲ୍ୟାଙ୍କନ କରି ସମ୍ପୃକ୍ତ କ୍ଷେତ୍ରର ହିତାଧିକାରୀ ଏବଂ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଏଭଳି ସୁବିଧା ସୃଷ୍ଟି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ।






More Stories
ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି…..
ପ୍ରମଥ ପଟ୍ଟନାୟକ କମିଶନର ଅଧ୍ୟକ୍ଷ…..
ଓଡ଼ିଶା ବନ୍ଦ ଡାକରାର ପ୍ରଭାବ…..