ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକି କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ଝିଅକୁ ମିଳିବ ଚାକିରି। ରାଜ୍ୟ କ୍ୟାବିନେଟ ବୈଠକରେ ଏଭଳି ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ବୈଠକରେ ମୋଟ ୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ ନିଷ୍ପତ୍ତି ଅନୁସାରେ, କୌଣସି ସରକାରୀ କର୍ମଚାରୀ(ବାପା/ମା’)ଙ୍କ ମୃତ୍ୟୁ ଘଟିଲେ ତାଙ୍କ ଝିଅକୁ ଚାକିରି ଦିଆଯିବ। ଅବିବାହିତ ଝିଅ କିମ୍ବା ସାବତ ଝିଅକୁ ନିଯୁକ୍ତି ମିଳିବ। ସେହିପରି ଝିଅ ବିବାହିତ ହୋଇଥିଲେ ଏବଂ ବାପାଙ୍କ ଉପରେ ନିର୍ଭରଶୀଳ ଥିଲେ ସେ କ୍ଷେତ୍ରରେ ବିବାହିତ ଝିଅ ବା ସାବତ ଝିଅକୁ ମିଳିବ ନିଯୁକ୍ତି। ଥଇଥାନ ଯୋଜନାରେ ଏହି ଚାକିରି ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।






More Stories
ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ମୂଲ୍ୟାୟନ,ପ୍ରୋଜେକ୍ଟ କାର୍ଯ୍ୟ ବାଧ୍ୟତାମୂଳକ…..
ବିହାର ଭୋଟ ଗଣତି : ୧୯୦ ସିଟରେ ଆଗୁଆ ଏନଡିଏ….
କେନ୍ଦ୍ରାପଡାରେ ଫୁଟିଲା ଗୁଳି……