ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକି କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ଝିଅକୁ ମିଳିବ ଚାକିରି। ରାଜ୍ୟ କ୍ୟାବିନେଟ ବୈଠକରେ ଏଭଳି ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ବୈଠକରେ ମୋଟ ୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ ନିଷ୍ପତ୍ତି ଅନୁସାରେ, କୌଣସି ସରକାରୀ କର୍ମଚାରୀ(ବାପା/ମା’)ଙ୍କ ମୃତ୍ୟୁ ଘଟିଲେ ତାଙ୍କ ଝିଅକୁ ଚାକିରି ଦିଆଯିବ। ଅବିବାହିତ ଝିଅ କିମ୍ବା ସାବତ ଝିଅକୁ ନିଯୁକ୍ତି ମିଳିବ। ସେହିପରି ଝିଅ ବିବାହିତ ହୋଇଥିଲେ ଏବଂ ବାପାଙ୍କ ଉପରେ ନିର୍ଭରଶୀଳ ଥିଲେ ସେ କ୍ଷେତ୍ରରେ ବିବାହିତ ଝିଅ ବା ସାବତ ଝିଅକୁ ମିଳିବ ନିଯୁକ୍ତି। ଥଇଥାନ ଯୋଜନାରେ ଏହି ଚାକିରି ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।






More Stories
ଭି.କେ. ପାଣ୍ଡିଆନଙ୍କୁ ନୋଟିସ୍ ଜାରି କଲା ପୋଲିସ…..
ସୋନମ ୱାଙ୍ଗଚୁକ୍ ଅନଶନ ସମାପ୍ତ କରିବାକୁ ରଖିଲେ ସର୍ତ୍ତ…..
ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ…..