Report Card Odisha

| Daily Odia News

ଜମ୍ମୁ-କଶ୍ମୀରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜାମ୍ମୁ-କାଶ୍ମୀର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ଭୋଟ ଗ୍ରହଣ ହେଉଛି । ଏହି ପର୍ଯ୍ୟାୟରେ ୭ଟି ଜିଲ୍ଲାର ୨୪ଟି ବିଧାନସଭା ଆସନ ପାଇଁ ମତଦାନ ହେଉଛି। ମତଦାନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୩.୨୭ ଲକ୍ଷ ଭୋଟର ସେମାନଙ୍କ ମତଦାନ କରିବେ। ଏମାନଙ୍କ ମଧ୍ୟରେ ୧୧.୭୬ଲକ୍ଷ ପୁରୁଷ, ୧୧.୫୧ ଲକ୍ଷ ମହିଳା ଅଛନ୍ତି। ପ୍ରାୟ ୩୫ ହଜାର ପ୍ରବାସୀ କାଶ୍ମୀର ପଣ୍ଡିତ ଏହି ପର୍ଯ୍ୟାୟରେ ମତଦାନ କରିବେ। କାଶ୍ମୀର ପଣ୍ଡିତଙ୍କ ମତଦାନ ନିମନ୍ତେ ଜାମ୍ମୁରେ ୧୯, ଉଦ୍ଦାମପୁରରେ ୧ଟି ଓ ଦିଲ୍ଲୀରେ ୪ଟି ସ୍ବତନ୍ତ୍ର ମତଦାନ କେନ୍ଦ୍ର ଖୋଲାଯାଇଛି। ୯୦ଜଣ ସ୍ବାଧୀନ ପ୍ରାର୍ଥୀଙ୍କ ସମେତ ମୋଟ ୨୧୯ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ଝିଅ ଇଲତିଆଜ୍ ମୁଫତି, ଏଆଇସିସି ସାଧାରଣ ସମ୍ପାଦକ ଗୁଲାମ ଅହମ୍ମଦ ମିର୍‌, ସିପିଆଇଏମ୍ ନେତା ଏମୱାଇ ତାରିମାଗି, କଂଗ୍ରେସର ପିରଜାଦା ସଇଦ, ବିଜେପିର ବୀର ସରାଫ, ଏଲଜେପିର ସଞ୍ଜୟ ସରାଫ ଓ ଏନସିର ସାକିନା ଇତୁ। ଜାମ୍ମୁ-କାଶ୍ମୀର ବିଧାନସଭାର ମୋଟ ୯୦ ଆସନ ପାଇଁ ତିନିଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ସେପ୍ଟେମ୍ବର ୨୫ ଓ ଅକ୍ଟୋବର ୧ରେ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ।

Breaking News