ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ଆସୋସିଏଟ୍ ପ୍ରଫେସର ନିଲମ୍ବିତ ହୋଇଛନ୍ତି। ଆଇସିସିର ରିପୋର୍ଟ ଆଧାରରେ ନିଲମ୍ବନ କରିଛନ୍ତି କୁଳପତି। ହେଡକ୍ୱାର୍ଟର ନ ଛାଡ଼ିବାକୁ ଆସୋସିଏଟ୍ ପ୍ରଫେସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଫେସରଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ଛାତ୍ରୀ। ଅଭିଯୋଗ ଅନୁସାରେ ଅଗଷ୍ଟ ୧୬ ତାରିଖରେ ଅପରାହ୍ନ ୨ଟା ବେଳେ ଅର୍ଥନୀତି ବିଭାଗର ପ୍ରଫେସର ନିଜ ଚ୍ୟାମ୍ୱରରେ ଥିଲେ। ଠିକ୍ସେହି ସମୟରେ ନିଜ ବିଭାଗର ଜଣେ ଛାତ୍ରୀ ବହି ଆଣିବାକୁ ପ୍ରଫେସରଙ୍କ ଚ୍ୟାମ୍ୱରକୁ ଯାଇଥିଲେ। ସେତେବେଳେ ପ୍ରଫେସର ତାଙ୍କୁ ବସିବା ପାଇଁ କହିଥିଲେ। ଛାତ୍ରୀ ଜଣକ ବସିବା ପରେ ପ୍ରଫେସର ତାଙ୍କ ପାଖରେ ଆସି ବସିଥିଲେ। ଆଉ ତା’ପରେ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ବିନା ଅନୁମତିରେ ତାଙ୍କ ଶରୀରର ବିଭିନ୍ନ ଅଙ୍ଗରେ ସ୍ପର୍ଶ କରିଥିଲେ। ଛାତ୍ରୀ ଜଣକ ଚିତ୍କାର କରି ତାଙ୍କ କବଳରୁ ବାହାରି ଆସିବା ପାଇଁ ଚେଷ୍ଟା କରିଥିଲେ। ତେବେ ଚ୍ୟାମ୍ୱର ଛାଡ଼ିବା ପୂର୍ବରୁ ଛାତ୍ରୀଙ୍କୁ ପ୍ରଫେସର କହିଥିଲେ, ତୁମେ ଯଦି ଏହାକୁ ପସନ୍ଦ କରୁଥିବ, ତାହାହେଲେ ଆଉ ଥରେ ଆସିବ। ମୁଁ ତୁମକୁ ପାଠ ପଢ଼ାରେ ସାହାଯ୍ୟ କରିବି। ଯଦି ପସନ୍ଦ ନଆସିଲା, ତାହାହେଲେ ଆସିବ ନାହିଁ। କିନ୍ତୁ ଯାହା ଘଟିଲା, ସେ ନେଇ କାହାକୁ କିଛି କହିବ ନାହିଁ ବୋଲି ପ୍ରଫେସର କହିଥିବା ପୀଡ଼ିତା ଅଭିଯୋଗ କରିଥିଲେ। ସେହିଦିନ ଅର୍ଥାତ ଅଗଷ୍ଟ ୧୬ ତାରିଖରେ ପୀଡ଼ିତା ଏନେଇ ବିଶ୍ୱବିଦ୍ୟାଳୟର ସେକ୍ସୁଆଲ୍ ହାରାସ୍ମେଣ୍ଟ ସେଲ୍ରେ ଅଭିଯୋଗ କରିଥିଲେ। ଛାତ୍ରୀଙ୍କ ଅଭିଯୋଗକୁ କୁଳପତି ଗୁରୁତ୍ୱର ସହ ନେଇଥିଲେ। ଆଉ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ସେକ୍ସୁଆଲ ହାରାସମେଣ୍ଟ ସେଲ୍ ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……