ରିପୋର୍ଟ କାର୍ଡ / ଯାଜପୁର
ଆଜି ସକାଳେ ଯାଜପୁର ସଦର ଥାନା ଅନ୍ତର୍ଗତ ବରୁହାଁ ନିକଟସ୍ଥ ଖରସ୍ରୋତା ନଦୀ ବ୍ରିଜ ଉପରୁ ଜଣେ ମହିଳା ନଦିକୁ ଡେଇଁ ଥିବା ସୂଚନା ମିଳିଛି । ମହିଳାଜଣକ କୁଆଖିଆ ଥାନା ଅନ୍ତର୍ଗତ ମଧୁବନ କୃଷ୍ଣପଡା ଅଞ୍ଚଳର ମନ୍ଦାକିନୀ ସାମଲ ବୋଲି ଜଣାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ମହିଳାଜଣକ ସକାଳ ପ୍ରାୟ ୬ଟା ବେଳେ ସ୍କୁଟିରେ ବ୍ରିଜ ଉପରେ ପହଞ୍ଚିଥିଲେ। ନିଜ ମୋବାଇଲ ଫୋନ୍ ଓ ହେଲମେଟକୁ ଗାଡ଼ି ଉପରେ ଥୋଇଥିଲେ। ଏହାପରେ ଆଖି ପିଛୁଳାକେ ମହିଳାଜଣକ ବ୍ରିଜ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ଖବର ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ନ ଥିବା ବେଳେ ସେମାନଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଉଥିବା ପୋଲିସ ଅଧିକାରୀ କହିଛନ୍ତି।କେଉଁ କାରଣ ପାଇଁ ମହିଳା ଜଣକ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଜଣାପଡିନାହିଁ |






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….