ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭରତପୁର ଥାନାରେସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସର ନିର୍ଯାତନା ଘଟଣା ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ୱିଟ୍ କରି କହିଛନ୍ତି ଯେ, ଓଡ଼ିଶାରେ ଘଟିଥିବା ଭୟଙ୍କର ଘଟଣା ଦେଶର ଆଇନବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସ ର ସହାୟତା ମାଗିବାକୁ ଯାଇଥିବା ଜଣେ ସେନା ଅଫିସରଙ୍କୁ ଅମାନବୀୟ ଭାବେ ମାଡ଼ ମରାଯାଇଛି। ତାଙ୍କର ବାନ୍ଧବୀଙ୍କୁ ହାଜତରେ ଉତ୍ପୀଡ଼ନ କରାଯାଇଛି । ଏହି ଘୃଣିତ ଘଟଣା ସମଗ୍ର ମାନବତାକୁ ଲଜ୍ଜିତ କରିଛି । ବିଜେପି ସରକାରରେ ମହିଳାମାନଙ୍କ ବିରୁଦ୍ଧରେ ଅପରାଧ ସମ୍ପୂର୍ଣ୍ଣ ଭାବେ ବେନିୟନ୍ତ୍ରଣ ଓ ନିରଙ୍କୁଶ ହୋଇଯାଇଛି । ଯେତେବେଳେ ସରକାରୀ ବ୍ୟବସ୍ଥା ଭିତରେ ଅନ୍ୟାୟ ହେଉଛି ଓ ଛତ୍ରଛାୟା ମିଳୁଛି ସେଠି ସାଧାରଣ ନାଗରିକ କାହାଠୁ ସହାୟତା ପାଇଁ ଆଶା କରିବ? ଏହି ଘଟଣାରେ ସମସ୍ତ ଦୋଷୀ କଠୋର କାର୍ଯ୍ୟାନୁଷ୍ଠାନର ପାତ୍ର। ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତର ଜନତା ବିଶେଷକରି ମହିଳାଙ୍କ ସମ୍ମୁଖରେ ନ୍ୟାୟ ଓ ସୁରକ୍ଷାର ଉଦାହରଣ ଉପସ୍ଥାପନ କରିବା ଦରକାର ବୋଲି ଶ୍ରୀ ଗାନ୍ଧି କହିଛନ୍ତି ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..