Report Card Odisha

| Daily Odia News

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ମେର୍ଲେନା ସିଂ ଶପଥ ଗ୍ରହଣ କରିଛନ୍ତି । ଆଜି ତାଙ୍କ ସହ କ୍ୟାବିନେଟର ପାଞ୍ଚ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ରାଜନିବାସରେ ଆୟୋଜିତ ଏକ ସରଳ କାର୍ଯ୍ୟକ୍ରମରେ ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଆତିଶୀଙ୍କୁ ଶପଥ ପାଠ କରାଇଛନ୍ତି | ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ପରେ ସରକାର ଗଢିବା ନେଇ ଉପରାଜ୍ୟପାଳନଙ୍କୁ ପ୍ରସ୍ତାବ ଦେଇଥିଲେ ଆତିଶୀ। ଉପରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ସେ ଆଜି ବିଧିବଦ୍ଧ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ ଗୋପାଳ ରାୟ, କୈଳାଶ ଗେହଲଟ, ସୌରଭ ଭରଦ୍ୱାଜ, ଇମ୍ରାନ ହୁସେନ ଏବଂ ମୁକେଶ ଅହଲୱାତ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Breaking News