Report Card Odisha

| Daily Odia News

‘ଲାପତା ଲେଡିଜ୍’ ଓସ୍କାର ପାଇଁ ମନୋନୀତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କିରଣ ରାଓଙ୍କ ନିର୍ଦ୍ଦେଶିତ ‘ଲାପ୍‌ତା ଲେଡିଜ୍‌’ ଫିଲ୍ମ ଥିଏଟର୍‌ ଏବଂ ଓଟିଟିରେ ବେଶ୍‌ ପ୍ରଶଂସା ସାଉଁଟିଥିଲା। ଆଉ ଏବେ ୨୯ଟି ଭାରତୀୟ ଫିଲ୍ମକୁ ମାତ୍‌ ଦେଇ ଓସ୍କାରର ପ୍ରଥମ ସୋପାନରେ ପ୍ରବେଶ କରିଛି। ଏହି ତାଲିକାରେ ବଲିଉଡର ବ୍ଲକବଷ୍ଟର ହିଟ୍‌ ଫିଲ୍ମ ‘ଆନିମଲ’, ମାଲୟାଲମ ଜାତୀୟ ପୁରସ୍କାର ବିଜେତା ଫିଲ୍ମ ‘ଅଟ୍ଟମ୍’ ଏବଂ କାନ୍ସ ବିଜେତା ‘ଅଲ୍ ଓ୍ୱି ଇମାଜିନ୍‌ ଇଜ୍ ଲାଇଟ୍‌’ ମଧ୍ୟ ରହିଥିଲା। ଆସାମର ନିର୍ଦ୍ଦେଶକ ଜାହାନୁ ବାରୁଆଙ୍କ ନେତୃତ୍ୱରେ ୧୩ ଜଣିଆ ଚୟନ କମିଟି ସର୍ବସମ୍ମତି କ୍ରମେ ଅମୀର ଖାନ ଏବଂ କିରଣ ରାଓଙ୍କ ଦ୍ୱାରା ନିର୍ମିତ ‘ଲାପତା ଲେଡିଜ୍’କୁ ଏକାଡେମୀ ପୁରସ୍କାରରେ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଲ୍ମ ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ଓସ୍କାର ବିଶ୍ୱର ସବୁଠାରୁ ସମ୍ମାନଜନକ ପୁରସ୍କାର ବିତରଣ ସମାରୋହରେ କୌଣସି ପରିଚୟର ଆବଶ୍ୟକତା ନାହିଁ। ଏକାଡେମୀ ଅଫ୍‌ ମୋଶନ ପିକ୍ଚର୍‌ ଆର୍ଟ ଆଣ୍ଡ ସାଇନ୍ସ ପୁରସ୍କାର କାର୍ଯ୍ୟର ୯୬ ତମ ସଂସ୍କରଣ ଘୋଷଣା କରିଛି।

Breaking News