ରିପୋର୍ଟ କାର୍ଡ / ପୁରୀ
ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ଶ୍ରୀ ଭେଙ୍କଟେଶ୍ବରଙ୍କୁ ଅର୍ପଣ କରାଯାଉଥିବା ଲଡୁରେ ପଶୁ ଚର୍ବି ମିଶ୍ରଣ କରାଯାଉଥିବା ନେଇ ଖବର ପ୍ରସାରିତ ହେବ ପରେ କିଛି ଦିନ ହେଲା ହିନ୍ଦୁ ଧର୍ମାବଳମ୍ବୀଙ୍କ ମନରେ ଶକ୍ତ ଆଘାତ ଲାଗିଛି। ଏହି ଘଟଣା ସତ କି ଗୁଜବ ସେନେଇ ତଦନ୍ତ ଜାରି ରହିଛି | ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ବ୍ୟବହାର ଘିଅର ମାନ ନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆଜି ବଡ ବୟାନ ଦେଇଛନ୍ତି। ପୁରୀ ଜିଲ୍ଲାପାଳ ଶ୍ରୀ ସ୍ବାଇଁଙ୍କ କହିବା ଅନୁସାରେ, ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ହେଉଥିବା ସମ୍ଭାବନା ରହିଛି। ତେଣୁ ଖୁବଶୀଘ୍ର ବ୍ୟବହୃତ ଘିଅର ମାନ ଯାଞ୍ଚ କରାଯିବ। ଏନେଇ ସୁଆର ଓ ମହାସୁଆର ନିଯୋଗ ସହ ଆଲୋଚନା କରାଯିବ। ଏହାପରେ ଖୁବଶୀଘ୍ର ମହାପ୍ରସାଦ ସହ ଦୀପରେ ବ୍ୟବହୃତ ହେଉଥୁବା ଘିଅକୁ ଫୁଡ୍ ସେଫ୍ଟ ଅଫିସରଙ୍କ ଦ୍ବାରା ଯାଞ୍ଚ କରାଯିବ। ତେବେ ମାନ ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ। ଜିଲ୍ଲାପାଳ ଶ୍ରୀ ସ୍ବାଇଁ କହିଛନ୍ତି, ଆବଶ୍ୟକ ପଡ଼ିଲେ ଘିଅର ମାନ ଯାଞ୍ଚ ହେବ। ଏନେଇ ଓମ୍ଫେଡ୍ ଓ ଅନ୍ୟ ସଂସ୍ଥା ସହ ଆଲୋଚନା କରିବୁ। ଏକ ମାନକଯୁକ୍ତ ଘିଅ ଯୋଗାଣ ନେଇ ଆମେ ଆଲୋଚନା କରିବୁ। ଆବଶ୍ୟକ ପଡ଼ିଲେ ମହାପ୍ରସାଦ ଓ ଦୀପରେ ବ୍ୟବହୃତ ଘିଅ ମାନ ଯାଞ୍ଚ ହେବ।






More Stories
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..