ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଧାନସଭା ନିର୍ବାଚନ ପାଇଁ ଆଜି ହରିୟାଣାରେ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି କଂଗ୍ରେସ। ଆଜି ଦଳ ପକ୍ଷରୁ ୪୦ ପୃଷ୍ଠା ବିଶିଷ୍ଟ ନିର୍ବାଚନୀ ଇସ୍ତାହାର ଘୋଷଣା କରାଯାଇଛି, ଯେଉଁଥିରେ ପ୍ରତ୍ୟକ ବ୍ୟକ୍ତିଙ୍କୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସହ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତି ଯୋଗାଇ ଦେବାକୁ ଘୋଷଣା କରାଯାଇଛି। ଏଥିସହ ମହିଳାମାନଙ୍କୁ ମାସକୁ ୨୦୦୦ ଟଙ୍କା ଦେବ ବୋଲି ପ୍ରତିଶୃତି ଦେଇଛି ଦଳ। ମଧ୍ୟ ପ୍ରଦେଶର ଲାଡଲି ବେହନ ଯୋଜନା ଏବଂ ମହାରାଷ୍ଟ୍ରର ଲାଡ଼କି ବେହନ ଯୋଜନା ପରି ହରିୟାଣାରେ ମଧ୍ୟ କଂଗ୍ରେସ ଆସିଲେ ମହିଳାମାନଙ୍କୁ ଆର୍ଥିକ ସ୍ତରରେ ସହାୟତା କରିବାକୁ ପ୍ରତିଶୃତି ଦେଇଛି। କଂଗ୍ରେସର ଘୋଷଣା ଅନୁସାରେ, ଯଦି ଦଳ ବିଧାନସଭା ନିର୍ବାଚନରେ ବିଜୟୀ ହୁଏ, ତେବେ ଏହି ଯୋଜନା ମାଧ୍ୟମରେ ହରିୟାଣାର ପ୍ରତି ୧୮-୬୦ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କୁ ମାସକୁ ୨୦୦୦ ଟଙ୍କା ଦିଆଯିବ। ଏହା ବ୍ୟତୀତ ସିଲିଣ୍ଡର ପିଛା ୫୦୦ ଟଙ୍କା, ଗୁଣାତ୍ମକ ଶିକ୍ଷା, ଯୁବକମାନଙ୍କୁ ରୋଜଗାର, କୃଷୀ, କ୍ରୀଡା କ୍ଷେତ୍ରରେ ମଧ୍ୟ ଜନ କଲ୍ୟାଣକାରୀ ଯୋଜନା ଆଣିବାକୁ କଂଗ୍ରେସ ଘୋଷଣା କରିଛି।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..