ରିପୋର୍ଟ କାର୍ଡ / କଟକ
ବିଜୁ ଜନତା ଦଳ ର ରାଉରକେଲା ବିଧାୟକ ସାରଦା ନାୟକଙ୍କ ନାଁରେ ଇଭିଏମ ଟାମ୍ପରିଂ ଅଭିଯୋଗ ମାମଲା ନେଇ ଓଡ଼ିଶା ହାଇକୋର୍ଟ ଆଜି ଶୁଣାଣି କରିଛନ୍ତି। ହାଇକୋର୍ଟ ଏହି ମାମଲାରେ ଉତ୍ତର ରଖିବାକୁ ସାରଦା ନାୟକଙ୍କୁ ନୋଟିସ୍ ଜାରି କରିଛନ୍ତି। ୧୯ ନଭେମ୍ବର ମାମଲାର ପରବର୍ତ୍ତୀ ଶୁଣାଣି ହେବ। ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ ନେଇ ଅନ୍ୟ ଏକ ମାମଲାରେ ସାରଦା ନାୟକଙ୍କୁ ଉତ୍ତର ରଖିବାକୁ ୨୯ ଅକ୍ଟୋବର ଶେଷ ସୁଯୋଗ ବୋଲି କୋର୍ଟ କହିଛନ୍ତି। ୧୯ ନଭେମ୍ବର ମାମଲାର ପରବର୍ତ୍ତୀ ଶୁଣାଣି ହେବ। ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ ନେଇ ଅନ୍ୟ ଏକ ମାମଲାରେ ସାରଦା ନାୟକଙ୍କୁ ଉତ୍ତର ରଖିବାକୁ ୨୯ ଅକ୍ଟୋବର ଶେଷ ସୁଯୋଗ ବୋଲି କୋର୍ଟ କହିଛନ୍ତି। ଗତ ସାଧାରଣ ନିର୍ବାଚନ ପରେ ମତଦାନ ଗଣତି କେନ୍ଦ୍ରରେ ସାରଦାଙ୍କ ଇଙ୍ଗିତରେ ଇଭିଏମ୍ ଟାମ୍ପରିଂ ହୋଇଥିବା ନେଇସ୍ଥାନୀୟ ଭୋଟର ରାଧେଶ୍ୟାମ ୟାଦବ ଅଭିଯୋଗ ଆଣିଥିଲେ। ଆବେଦନକାରୀ ଏହି ଅଭିଯୋଗ ସଂକ୍ରାନ୍ତୀୟ ସିସିଟିଭି ଫୁଟେଜ ଓ ଫଟୋ ମଧ୍ୟ କୋର୍ଟରେ ଦାଖଲ କରିଛନ୍ତି।






More Stories
ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି…..
ପ୍ରମଥ ପଟ୍ଟନାୟକ କମିଶନର ଅଧ୍ୟକ୍ଷ…..
ଓଡ଼ିଶା ବନ୍ଦ ଡାକରାର ପ୍ରଭାବ…..