ରିପୋର୍ଟ କାର୍ଡ / ଗଞ୍ଜାମ
ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଲେମ୍ଭେଇ ଗାଁରେ ବାଣ ଫୁଟି ବିସ୍ପୋରଣ ହୋଇ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଗୁରୁତର ବୃଦ୍ଧଜଣକ ହେଲେ ଲେମ୍ଭେଇ ଗାଁର ଶଙ୍କର ପାତ୍ର। ଆଗକୁ ଦୀପାବଳି ଥିବାରୁ ଶଙ୍କର ବାଣ ତିଆରି କରିବା ସହ ବଜାରରୁ ବାଣ କିଣି ଆଣି ଗାଁରେ ବିକ୍ରି କରୁଥିଲେ। ଆଜି ସେ ଏକ ନଡ଼ିଆ ବାଣ ଭିଡୁ ଥିବାବେଳେ ବିସ୍ପୋରଣ ହୋଇଥିଲା। ଶଙ୍କରଙ୍କ ଦୁଇ ହାତରେ ଗଭୀର ଆଘାତ ଲାଗିବାରୁ ସେ ଗୁରୁତର ହୋଇଛନ୍ତି। ପଡୋଶୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶଙ୍କରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲରେ ଆଣି ଭର୍ତ୍ତି କରିଥିଲେ। ଶଙ୍କରଙ୍କ ପରିବାର ଲୋକେ ଘରେ କେହି ନଥିବା ଜଣାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।






More Stories
କଂଗ୍ରେସରୁ ନିଳମ୍ବିତ ହେଲେ…..
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର…..
IAS ସ୍ତରରେ ବଡ଼ ଧରଣର ଅଦଳବଦଳ…..