ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। କ୍ରୀଡ଼ା ଓ ଯୁବ ସେବା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନାଙ୍କୁ ମିଶନ ଶକ୍ତି ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ମମତା ବାରିକଙ୍କୁ ଓଡ଼ିଶା ଜୀବିକା ମିଶନର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ମିଶନ ଶକ୍ତି ବିଭାଗରେ ଯୁଗ୍ମ ସଚିବ ଥିବା ବିନୋଦ କୁମାର ଜେନାଙ୍କୁ ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ପୁରୀ ସବ୍ କଲେକ୍ଟର ଗୋପୀନାଥ କୁଅଁରଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଥିବା ବେଳେ ସୂରଜ କୁମାର ପଟ୍ଟନାୟକଙ୍କୁ ବରଗଡ଼ ଜିଲ୍ଲା ପରିଷଦର ଅତିରିକ୍ତ ଇଓ ଭାବେ ଦାୟିତ୍ୱ ଦିଆଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ରେ ଡେପୁଟି କମିଶନର ଥିବା ରାଜ କିଶୋର ଜେନାଙ୍କୁ ପୁରୀ ସବ୍-କଲେକ୍ଟର ଭାବେ ବଦଳି କରାଯାଇଛି। ମ୍ବଲପୁର ଜିଲ୍ଲା କୁଚିଣ୍ଡାର ପୂର୍ବତନ ସବ୍-କଲେକ୍ଟର ହେମସାଗର ଭୋଇ ଏବେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (ଜିଏ ଓ ପିଜି) ବିଭାଗରେ କାର୍ଯ୍ୟରତ ଥିବା ବେଳେ ତାଙ୍କୁ କୁଚିଣ୍ଡା ଆଇଟିଡିଏ ପିଏ ଭାବେ ବଦଳି କରାଯାଇଛି। ସୋହେଲା ବିଡିଓ ସୁରେନ୍ଦ୍ର ମେହେରଙ୍କୁ ସୁବର୍ଣ୍ଣପୁରର ଅତିରିକ୍ତ ସବ୍-କଲେକ୍ଟର ଭାବେ ବଦଳି କରାଯାଇଛି। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ରେ ଜିଏମ୍ (ସୋସିଆଲ ପ୍ରୋଜେକ୍ଟସ) ଥିବା ମନୋରଞ୍ଜନ ସାହୁଙ୍କୁ ଭୁବନେଶ୍ୱର ସବ୍-କଲେକ୍ଟର ଭାବେ ବଦଳି କରାଯାଇଛି।ଯାଜପୁରର ଅତିରିକ୍ତ ସବ୍ କଲେକ୍ଟର ମନୋରମା ଜାଲିଙ୍କୁ ଭୁବନେଶ୍ୱରସ୍ଥିତ ଏସ୍ଆଇଆରଡିର ଡେପୁଟି ଡାଇରେକ୍ଟର ଭାବେ ବଦଳି କରାଯାଇଛି। ବଲାଙ୍ଗିର ତହସିଲଦାର ସୁନୀଲ କୁମାର ମେହେରଙ୍କୁ ପାଟଣାଗଡ଼ ସବ୍-କଲେକ୍ଟର ଭାବେ ବଦଳି କରାଯାଇଛି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……