ରିପୋର୍ଟ କାର୍ଡ / ଭବାନୀପାଟଣା
ଦୁଇ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ । ୨୦୧୫ର ଏକ ହତ୍ୟା ଘଟଣାରେ ଧର୍ମଗଡ ଅତିରିକ୍ତ ଦୌରା ଜଜ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ଜୟପାଟଣା ଥାନା ଆମଜୋର ଗାଁ ର ମନୁ ରଣା ମଦ ବିକ୍ରି କରିବା ସହିତ ଗାଁ ପୋଖରୀ କୁ ଲିଜ ନେଇ ମାଛ ଚାଷ କରୁଥିଲା। ଉକ୍ତ ପୋଖରୀ ତଳେ ଥିବା ପୋଖରୀ ହୁଡା ଦେଇ ଚାଷୀଙ୍କୁ ଯାତାୟାତ କରିବାକୁ ମନା କରୁଥିଲା। ସେହି କାରଣରୁ ଅଭିଯୁକ୍ତ ଏବଂ ମୃତକ ଙ୍କ ମଧ୍ୟରେ ବିବାଦ ଲାଗିରହୁଥିଲା। ଏଣୁ ଦୁଇ ଅଭିଯୁକ୍ତ ଖଗେଶ୍ବର ରାଉତ ଏବଂ ଗଦାଧର ରଣା, ମନୁ କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ଗତ ୨୦୧୫ ଅକ୍ଟୋବର ୭ ତାରିଖ ଭୋର୍ ସମୟରେ ମନୁ ରଣା କୁଟ୍ରୁ ଭାଟି ରୁ ମଦନେଇ ଫେରୁଥିବା ବେଳେ ଦୁଇ ଅଭିଯୁକ୍ତ ତାକୁ ଗାମୁଛାରେ ତଣ୍ଟି ଚିପି ହତ୍ୟା କରି ଶିଶୁ ଘାଟିରେ ମୃତଦେହକୁ ଫିଙ୍ଗି ଦେଇଥିଲେ। ଏନେଇ ପରିବାର ଲୋକ ଜୟପାଟଣା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜ୍ଜୁ କରି ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲା। ଆଇପିସି ର ଧାରା ୩୦୨ ଅନୁଯାୟୀ ଦୁଇ ଦୋଷୀ ଙ୍କୁ ଆଜୀବନ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ଦଣ୍ଡାଦେଶ ଦେଇଛନ୍ତି।






More Stories
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ…..