ରିପୋର୍ଟ କାର୍ଡ / ବାରିପଦା
ବାତ୍ୟା ‘ଦାନା’ ଯିବା ପରେ ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ପୁଣି ଥରେ ଶିମିଳିପାଳରେ ପର୍ଯ୍ୟଟକଙ୍କ ସମାଗମ ଆରମ୍ଭ ହୋଇ ଯାଇଛି। ବାତ୍ୟା “ଦାନା”ର ପ୍ରକୋପ ଯୋଗୁ ଗତ ୨୩ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଶିମିଳିପାଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖିଥିଲେ କର୍ତ୍ତୃପକ୍ଷ । ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟରେ ପର୍ଯ୍ୟଟକଙ୍କ ଗାଡ଼ି ଯିବା ସମ୍ଭବପର ନ ଥିଲା।ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିଥିଲା। ଆଜି ପାଗ ଶୁଖିଲା ହେବା ପରେ ଶିମିଳିପାଳକୁ ଖୋଲିବା ସହ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି । ପ୍ରତିଥର ପରି ଶିମିଳିପାଳକୁ ଯିବାକୁ ହେଲେ ପର୍ଯ୍ୟଟକ ବାରିପଦାର ପିଠାବଟା ଏବଂ ଯଶିପୁରର ଜାମୁଆଣି ଦେଇ ଯାଇ ପାରିବେ । ସକାଳ ୭ଟାରୁ ୯ଟା ସୁଦ୍ଧା ଶିମିଳିପାଳ ଅଭୟାରଣ୍ୟ ଭିତରେ ପ୍ରବେଶ ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ମିଳିଥାଏ । ସେଠାରେ ରାତ୍ରି ରହଣି ପାଇଁ କେବଳ ଅନଲାଇନ ମାଧ୍ୟମରେ ବୁକିଂ ବ୍ୟବସ୍ଥା ରହିଅଛି।
More Stories
୬ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି…..
ସ୍ବାଧୀନତା ସଂଗ୍ରାମୀଙ୍କ ଭତ୍ତା ବୃଦ୍ଧି……
ଓଡ଼ିଶାରେ ପହଞ୍ଚିଲେ ନୂଆ ରାଜ୍ୟପାଳ…..