ରିପୋର୍ଟ କାର୍ଡ / ଭୁବନେଶ୍ୱର
ନଭେମ୍ବର ଶେଷ ସୁଦ୍ଧା ମିଳିବ ‘ସୁଭଦ୍ରା’ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ଏନେଇ ଶନିବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। ସୂଚନାନୁଯାୟୀ, ଖୁବ୍ ଶୀଘ୍ର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ଘୋଷଣା ହେବା ନେଇ ଅକ୍ଟୋବର ୩୦ ବୁଧବାରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ। ବାଦ୍ ପଡିଥିବା ସବୁ ଅଙ୍ଗନବାଡି କର୍ମୀଙ୍କୁ ତୃତୀୟ ପର୍ଯ୍ୟାୟରେ ମିଳିବ ସୁଭଦ୍ରା ଟଙ୍କା। କୌଣସି ଯୋଗ୍ୟ ହିତାଧିକାରୀ ବାଦ୍ ପଡିବେନି ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ। ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ଆବେଦନ ରି-ଚେକ୍ ହେବ। ବାରମ୍ବାର ଚେକ୍ ହେବ, କେହି ବି ବଞ୍ଚିତ ହେବେ ନାହିଁ। ଏଥିପାଇଁ ୧ ତାରିଖରେ ନୋଡାଲ ଏଜେନ୍ସି ନିଯୁକ୍ତ ହେବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ।






More Stories
ଆଜି ମନ୍ତ୍ରୀ ପରିଷଦ ବୈଠକ…..
ଓଏଏସ୍ ଅଧିକାରୀଙ୍କ ବଦଳି……
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..