ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭିଜିଲାନ୍ସ ଜାଲରେ ଇଡକୋ ଜୁନିୟର ମ୍ୟାନେଜର। ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରୁଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ଭାବରେ ୬ଟି ସ୍ଥାନରେ ଚଢାଉ ଜାରି ରହିଛି। ଭୁବନେଶ୍ଵର, ଖୋର୍ଦ୍ଧା, ପୁରୀର ୬ଟି ସ୍ଥାନରେ ଚଢାଉ ଚାଲିଛି। ରାତି ୪ଟାରୁ ଚଢାଉ ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ମୋଟ୍ ସମ୍ପତ୍ତି ସମ୍ପର୍କରେ କୌଣସି ସବିଶେଷ ତଥ୍ୟ ମିଳିନି। ତେବେ ମିଳିଥିବା ସୂଚନା ଅନୁସାରେ ଗତ ୪ ମାସ ମଧ୍ୟରେ ୭ ଜଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି।






More Stories
ରଥଯାତ୍ରା ପାଇଁ ପରିବହନ ବିଭାଗର ନୂଆ ନିୟମ…..
ନବୀନ କରିବେ ବଡ଼ ଘୋଷଣା!…..
ଗିରଫ ହେଲେ ନିର୍ବାହୀ ଯନ୍ତ୍ରୀ…..