ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ଦୁଇଦିନ ଧରି ରାଜ୍ୟର କେତେକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଗୁରୁବାର ଓ ଶୁକ୍ରବାର ପୁରୀ, ଗଞ୍ଜାମ,ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା ଓ ନୟାଗଡରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ, ଆସନ୍ତା ସପ୍ତାହରୁ ରାଜ୍ୟରେ ଶୀତ ଅନୁଭୂତ ହେବ। ଏବେ ରାଜ୍ୟରେ ଧୀରେଧୀରେ ଶୀତ ପଡ଼ିବା ଆରମ୍ଭ ହୋଇଥିବା ବେଳେ କିଛିଦିନ ପରେ ଅଧିକ ଶୀତ ଅନୁଭୂତ ହେବ । ଶୀତଋତୁ ଯୋଗୁ ବିଭିନ୍ନ ଅଞ୍ଚଳରେ ରାତିର ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ରାଜ୍ୟରେ ୧୫ ସହରର ତାପମାତ୍ରା ୨୦ ଡିଗ୍ରି ତଳେ ରହିଛି। ଫୁଲବାଣୀରେ ସବୁଠୁ କମ୍ ୧୬ ଡିଗ୍ରି ତାପମାତ୍ରା ରେକର୍ଡ଼ ହୋଇଛି।ଦାରିଙ୍ଗିବାଡିରେ ରାତିର ତାପମାତ୍ରା ୧୬.୫ ଓ ନବରଙ୍ଗପୁରରେ ୧୬.୬ ଡିଗ୍ରି ରେକର୍ଡ଼ ହୋଇଛି। ଭବାନୀପାଟଣା ଓ ରାୟଗଡାରେ ୧୭ ଡିଗ୍ରି, କୋରାପୁଟ ରେ ୧୭.୮, ବଲାଙ୍ଗୀରରେ ୧୭.୯, ରାଉରକେଲାରେ ୧୮.୮, ହୀରାକୁଦରେ ୧୯.୧, ସୁନ୍ଦରଗଡ ଓ ଝାରସୁଗୁଡାରେ ୧୮.୨, ଅନୁଗୁଳରେ ୧୮.୬, ସୋନପୁର ଓ ଟିଟିଲାଗଡରେ ୨୦, ମାଲକାନଗିରିରେ ସର୍ବନିମ୍ନ ତାପମାତ୍ରା ୨୦.୫ ଡିଗ୍ରି ତାପମାତ୍ରା ରେକର୍ଡ଼ କରାଯାଇଛି। ଏବେ ରାଜ୍ୟ ବିଭିନ୍ନ ଅଞ୍ଚଳରେ ଶୁଖିଲା ପାଗ ରହିଥିବା ବେଳେ ଆଗକୁ କୁହୁଡି ସହିତ ଥଣ୍ତା ପଡ଼ିବ । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ କହିଛି।






More Stories
IAS ସ୍ତରରେ ବଡ଼ ଧରଣର ଅଦଳବଦଳ…..
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..