ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ କଟାକ୍ଷ ଉପରେ ଜବାବ ଦେଇଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ | କହିଛନ୍ତି ସମୟ କହିବ ଆଗକୁ କଣ ହେବ । ଓଡ଼ିଶାର ଜନ ସାଧାରଣ ସେ ନିଷ୍ପତ୍ତି ନେବେ । ବିଜେପି ଏଭଳି ଦିବା ସ୍ୱପ୍ନ ଦେଖିବା ଛାଡ଼ନ୍ତୁ । ୪ ମାସ ମଧ୍ୟରେ କିଏ ଆଇସିୟୁ କୁ ଯାଇଛି ତାହା ଓଡ଼ିଶାର ଲୋକେ ଦେଖୁଛନ୍ତି ଆଗକୁ ତାହାର ବିଚାର କରିବେ । ଏଥିସହ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ଦକ୍ଷ ଅଫିସର ମାନଙ୍କୁ ଭଲ ସ୍ଥାନରେ ପୋଷ୍ଟିଂ କରିବା ପାଇଁ ଦାବି କରାଯାଇ ଥାଏ । ସେଥିରେ କିଛି ନୂଆ ନାହିଁ । ଆଉ ରାସନ ଚାଉଳ ଲୋକେ ଖାଆନ୍ତି ନାହିଁ ବୋଲି ବିଜେପି ବିଧାୟକ ଯାହା କହିଲେ ତାହା ଜଣେ ନେତା ମନ୍ତବ୍ୟ ଦେବା ଠିକ ନୁହେଁ ,ଏଭଳି ଅରୁଚିକର ମନ୍ତବ୍ୟରୁ କ୍ଷାନ୍ତ ରୁହନ୍ତୁ । ଗରିବ ଲୋକଙ୍କ ପ୍ରତି ତାଙ୍କର ଦାୟିତ୍ୱ କଣ ପ୍ରଥମେ ବୁଝନ୍ତୁ ପରେ ଏ ସମ୍ବେଦନଶୀଳ ଘଟଣା ଉପରେ ମନ୍ତବ୍ୟ ରଖନ୍ତୁ । ସୂଚନା ଯୋଗ୍ୟ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ। ଓଡ଼ିଶାର ଲୋକେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ ହେଲେଣି।କେନ୍ଦ୍ରାପଡ଼ା ମହାକାଳପଡ଼ାରେ ଆୟୋଜିତ ଏକ ଦଳୀୟ ସଭାରେ ଏଭଳି ଦମ୍ଭୋକ୍ତି ଦେଖାଇଥିଲେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ଏହି କଥା ଉପରେ ବିଜେଡିକୁ କଟ୍ଟାକ୍ଷ କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। କଂଗ୍ରେସ ସହ ମିଶି ବିଜେଡି ସରକାର କରିବ ବୋଲି କହୁଛି, କିନ୍ତୁ ବିଜେଡି ରହିଲେ ତ’? ବିଜେଡି ପାର୍ଟିର ଆୟଷ ବହୁତ କମ୍। ସେ ଆଉ କେତେ ଦିନ ବଞ୍ଚିବ? ଏବେ ବିଜେଡି ଆଇସିୟୁରେ ଅଛି। ଏହାର ଜବାବ ବିଜେଡି ବିଧାୟକ ଧ୍ରୁବ ସାହୁ ଦେଇଛନ୍ତି|
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….