ରିପୋର୍ଟ କାର୍ଡ / କାମାକ୍ଷାନଗର
କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଏବଂ ଓପିଏଚଡବ୍ଲ୍ୟୁସିର ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ୍ ମ୍ୟାନେଜର ସୁବାସ ଚନ୍ଦ୍ର ପଣ୍ଡାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ଉଭୟ ସରକାରୀ ବାବୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାଯାଇଛି। ଗତକାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ଚଢ଼ାଉ ବେଳେ ୩ଟି ବହୁତଳ ପ୍ରାସାଦ ସହ ଭୁବନେଶ୍ୱରରେ ଗୋଟିଏ ୩ ମହଲା କୋଠା,୧୪ଟି ଦାମୀ ପ୍ଳଟ୍,୧ଲକ୍ଷ୪୮ହଜାର ନଗଦ ଟଙ୍କା ଓ ୩୬୬ ଗ୍ରାମର ସୁନା ଅଳଙ୍କାର ଜବତ କରାଯାଇଥିବା ଜଣାଯାଇଛି। ଏଥିସହ ଉପଜିଲ୍ଲାପାଳଙ୍କର ୩୪ଲକ୍ଷ ୫୭ ହଜାର ଟଙ୍କା ଫିକ୍ସ ଡିପୋଜିଟ୍ ରଖିଥିବା ଭିଜିଲାନ୍ସ ସୂଚନା ପାଇଛି। ଉପଜିଲ୍ଲାପାଳ ଠୁଳ କରିଥିବା ସମ୍ପତ୍ତି ବାବଦରେ ଭିଜିଲାନ୍ସ ତାଙ୍କୁ ପଚରାଉଚରା କରିଥିଲା। ହେଲେ ସେ ସମସ୍ତ ସମ୍ପତ୍ତି ବିଷୟରେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରିଛି। ସେହିପରି ଓପିଏଚଡବ୍ଲ୍ୟୁସିର ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ୍ ମ୍ୟାନେଜର ସୁବାସ ଚନ୍ଦ୍ର ପଣ୍ଡା ଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଗିରଫ କରିଛି। ରାଜ୍ୟ ପୋଲିସ ହାଉସିଂ ୱେଲଫେୟାର ନିଗମ(ଓପିଏଚଡବ୍ଲ୍ୟୁସି)ର ବ୍ରହ୍ମପୁର ଡିଭିଜନ କାର୍ଯ୍ୟାଳୟର ଡିଜିଏମ ଇଂ ଶ୍ରୀ ପଣ୍ଡାଙ୍କ ଘରେ ସୋମବାର ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଥିଲା। ଚଢ଼ାଉ ବେଳେ ୧ କିଲୋ ସୁନା ଅଳଙ୍କାର ସହ ନଗଦ ୧୩ ଲକ୍ଷ ଟଙ୍କା ଠାବ କରାଯାଇଛି। ସେହିପରି ଇଂ ପଣ୍ଡାଙ୍କ ନାଁରେ ବ୍ରହ୍ମପୁର ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଏକାଧିକ କୋଠା ଓ ୪ ଟି ଦାମୀ ପ୍ଲଟ୍ ଠାବ କରାଯାଇଛି।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….