ରିପୋର୍ଟ କାର୍ଡ / କଟକ
ଐତିହାସିକ କଟକ ବାଲିଯାତ୍ରା ପ୍ରତି ରହିଛି ରାଜ୍ୟବାସୀଙ୍କର ଅହେତୁକ ଆକର୍ଷଣ। ଆଉ ବାଲିଯାତ୍ରା ପାଇଁ ବର୍ଷଯାକ ଅପେକ୍ଷା କରିବାକୁ ପଡ଼ିବନି | କାରଣ ବର୍ଷସାରା ମହାନଦୀ ପଠାରେ ହେବ ମିନି ବାଲି ଯାତ୍ରା। ଆଉ ବର୍ଷକରେ ଥରେ ହେବ ପୂର୍ଣ୍ଣ ବାଲି ଯାତ୍ରା। ଗତକାଲି ଏପରି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କଟକ ବାଲିଯାତ୍ରାର ଷଷ୍ଠ ସନ୍ଧ୍ୟାରେ ଗତ ରାତିରେ ବାଲି ଯାତ୍ରା ପରିଦର୍ଶନ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଖୁବଶୀଘ୍ର ଆରମ୍ଭ ହେବ ମହାନଦୀ ରିଭର ଭିୟୁ ଫ୍ରଣ୍ଟ କାମ । ମହାନଦୀ ପଠାରେ ବର୍ଷ ତମାମ ଚାଲିବ ମିନି ବାଲିଯାତ୍ରା । ଚିତ୍ତବିନୋଦନ ପାଇଁ ହେବ ସ୍ଥାୟୀ ପ୍ରକଳ୍ପ । ଆମ୍ୟୁଜମେଣ୍ଟ ପାର୍କ, ବ୍ୟାପକ ଗଛ ଲଗାଯିବ । ଏଥିସହ ଫୁଟପାଥ, ଛୋଟପିଲାଙ୍କ ମନୋରଞ୍ଜନ ପାଇଁ ବ୍ୟବସ୍ଥା ରହିବ। ଏଥିସହ ସେ କହିଛନ୍ତି, ସାବରମତିରେ ଯେପରି ରିଭର ଫ୍ରଣ୍ଟ ହୋଇଛି ସେପରି ମହାନଦୀରେ ବି ହେବ । ବର୍ଷ ସାରା ଏଠାରେ ମିନି ବାଲିଯାତ୍ରା ହେବ । ବର୍ଷକରେ ଥରେ ପୂର୍ଣ୍ଣ ବାଲିଯାତ୍ରା ହେବ । ଏଥିନିମନ୍ତେ ଯୋଜନା ପ୍ରସ୍ତୁତ ହେଉଛି। ସାବରମତି ରିଭର ଫ୍ରଣ୍ଟ ପ୍ରୋଜେକ୍ଟ କରିଥିବା କମ୍ପାନୀ ସହ ଯୋଗାଯୋଗ କରାଯାଇଛି। ସେମାନେ ପହଞ୍ଚି ଫିଲ୍ଡ ସର୍ଭେ କରିବେ। ଏହାପରେ କାମ ଆରମ୍ଭ ହେବ । ଫଳରେ ଲୋକେ ବର୍ଷ ସାରା ବାଲି ଯାତ୍ରାର ଆନନ୍ଦ ଉଠାଇ ପାରିବେ ବୋଲି କହିଛନ୍ତି ମନ୍ତ୍ରୀ ।
More Stories
ରାଜ୍ୟରେ ପ୍ରତିଷ୍ଠା ହେବ ମହିଳା କୋର୍ଟ…..
ଅଦାନୀ ଗ୍ରୁପ :ସୌର ପ୍ରକଳ୍ପ ପାଇଁ ଲାଞ୍ଚ ଦେଇଥିବା ଅଭିଯୋଗ, ଖଣ୍ଡନ କଲା ଗ୍ରୁପ୍…..
ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା….