Report Card Odisha

| Daily Odia News

ଶ୍ରୀମନ୍ଦିର ପରିକ୍ରମା ଯୋଜନା

ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ବିଧାନସଭାରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ବିବୃତି ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ  ପରିକ୍ରମା ଯୋଜନା ସାଢ଼େ ୪କୋଟି ଲୋକଙ୍କ ପାଇଁ । ଏହି ଯୋଜନା ଉପସ୍ଥାପନ କରି ସେ ଗର୍ବିତ ଅନୁଭବ କରୁଛି ବୋଲି ପ୍ରକାଶ କରିଛନ୍ତି । ପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ସବୁଠାରୁ ବଡ଼ ପରିଚୟ । ଶାନ୍ତ, ସୁନ୍ଦର ପରିବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସମସ୍ତଙ୍କ ଇଛା । ସହଯୋଗ ପାଇଁ ପୁରୀବାସୀଙ୍କୁ ଗଜପତି ମହାରାଜାଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

ଗତ ୧୫ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୭୫ ମିଟର ସୁରକ୍ଷା କରିଡରରେ ହେବାକୁ ଥିବା ଉନ୍ନତିମୂଳକ କାମକୁ ଅନୁମୋଦନ କରାଯାଇଥିଲା । ଏହି କାର୍ଯ୍ୟର ନକ୍ସାକୁ ମହାପ୍ରଭୁଙ୍କ ନିକଟରେ ଲାଗି କରାଯାଇଥିଲା । ଯାହାପରେ ଗଜପତି ଦିବ୍ୟସିଂହ ଦେବ ନକ୍ସାକୁ ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲଙ୍କୁ ପ୍ରଦାନ କରିଥିଲେ । ପୁରୀ ଐତିହ୍ୟ କ୍ଷେତ୍ର ବିକାଶ ଯୋଜନାରେ ଶ୍ରୀମନ୍ଦିର ଓ ଏହାର ଚତୁଃପାର୍ଶ୍ୱର ରୂପାନ୍ତରଣ କାର୍ଯ୍ୟ ଚାଲୁ ରହିଛି । ମହାବାତ୍ୟା ଫନି ପରେ ଆରମ୍ଭ ହୋଇଥିବା ଏହି ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି ।

Breaking News