Report Card Odisha

| Daily Odia News

ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଆସନ୍ତା ଫେବ୍ରୁଆରୀ ୧୬ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା। ମାର୍ଚ୍ଚ ୧୮ ତାରିଖରେ ଶେଷ ହେବ ପରୀକ୍ଷା। ଏନେଇ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷାର୍ଥୀଙ୍କ ପାଇଁ ବିଷୟଭିତ୍ତିକ ସୂଚୀ ଜାରି କରାଯାଇଛି। ଚଳିତ ଥର ଯୁକ୍ତ ୨ ପରୀକ୍ଷା ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ। ପ୍ରତିଦିନ ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ। ତେଣୁ ପରୀକ୍ଷାର୍ଥୀମାନେ ନିଜ ନିଜ ବିଷୟ ଅନୁସାରେ ପରୀକ୍ଷା ସୂଚୀ ଦେଖି ପ୍ରସ୍ତୁତି ଆରମ୍ଭ କରିବାକୁ ପଡ଼ିବ। ପରୀକ୍ଷା ସୂଚୀ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରସ୍ତୁତି ଜୋରଦାର ହେବାକୁ ଯାଉଛି। ନିଜର ସିଲାବସ୍‌ ଶେଷ କରିବା ସହ ପୁନରାବୃତ୍ତି ଉପରେ ଗୁରୁତ୍ୱ ଦେବେ ପରୀକ୍ଷାର୍ଥୀ। କେଉଁ ଦିନ କେଉଁ ବିଷୟର ପରୀକ୍ଷା ରହିଛି, ତାହା ଜାଣି ନିଜ ପାଠପଢ଼ାର ରଣନୀତି ପ୍ରସ୍ତୁତ କରିପାରିବେ।କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ଏହି ପରୀକ୍ଷା ସୂଚୀ ଗୁରୁତ୍ୱପୂର୍ଣ୍ଣ।

Breaking News