ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜନୀତି ହେଉଛି ଅସନ୍ତୁଷ୍ଟ ଲୋକମାନଙ୍କ ସାଗର, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି ଅସନ୍ତୁଷ୍ଟ ଏବଂ ବର୍ତ୍ତମାନର ପଦଠାରୁ ଉଚ୍ଚ ପଦ ପାଇଁ ଇଚ୍ଛା କରନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି। ‘୫୦ ଗୋଲ୍ଡେନ୍ ରୁଲ୍ସ ଅଫ୍ ଲାଇଫ୍’ ଶୀର୍ଷକ ପୁସ୍ତକ ଉନ୍ମୋଚନ ଅବସରରେ ଗଡ଼କରୀ କହିଛନ୍ତି ଯେ ରାଜନୀତିରେ ସମସ୍ତେ ଅସନ୍ତୁଷ୍ଟ । ଯିଏ ଏବେ କାଉନସିଲର ଅଛି, ସେ ଏଥିପାଇଁ ଅସନ୍ତୁଷ୍ଟ ଯେ ସେ ବିଧାୟକ ହୋଇପାରୁନାହିଁ । ସେହିପରି ଯିଏ ବିଧାୟକ ଅଛି ସେ ମନ୍ତ୍ରୀ ହେବାକୁ ଚାହୁଁଛି । ସେ କହିଛନ୍ତି ଯେ, ଜୀବନ ହେଉଛି ବୁଝାମଣା, ବାଧ୍ୟତାମୂଳକତା, ସୀମିତତା ଓ ବିରୋଧାଭାସର ଖେଳ । ଗଡ଼କରୀ କହିଛନ୍ତି ଯେ ଜଣେ ପାରିବାରିକ, ସାମାଜିକ, ରାଜନୈତିକ କିମ୍ବା କର୍ପୋରେଟ୍ ଜୀବନରେ ଥାଉ, ଜୀବନ ଆହ୍ୱାନ ଏବଂ ସମସ୍ୟାରେ ପରିପୂର୍ଣ୍ଣ ଏବଂ ତାହାର ମୁକାବିଲା କରିବା ପାଇଁ “ବଞ୍ଚିବାର କଳା”କୁ ବୁଝିବା ଉଚିତ୍ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଜାରି ରହିଥିବା ବେଳେ ଗଡ଼କରୀ ଏଭଳି ବୟାନ ଦେଇଛନ୍ତି। ଦେବେନ୍ଦ୍ର ଫଡନାଭିସ ପୁଣି ଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଅନେକ ରାଜନୈତିକ ବିଶେଷଜ୍ଞ ବିଶ୍ୱାସ କରନ୍ତି । ସେହିପରି ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ମହାରାଷ୍ଟ୍ରରେ ମଧ୍ୟ ବିଜେପି ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବୋଲି କିଛି ଲୋକ ଅନୁମାନ କରୁଛନ୍ତି।






More Stories
ଖଡଗେ-ନଡ୍ଡା ମୁହାଁମୁହିଁ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ…..