ରିପୋର୍ଟ କାର୍ଡ / ମାଲକାନଗିରି
ଆଜି ସକାଳୁ ସକାଳୁ ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ ୭ଟା ୨୮ ମିନିଟରେ ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳରେ ଏହି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରାୟ ପାଞ୍ଚ ରୁ ସାତ ସେକେଣ୍ଡ ପର୍ଯ୍ୟନ୍ତ ଭୂମିକମ୍ପ ଅନୁଭୂତ ହୋଇଛି। ଖୁବ୍ କମ ସମୟ ପାଇଁ ଝଟକା ଅନୁଭୂତ ହୋଇଥିଲା। ତେବେ ଝଟ୍କା ଅନୁଭୂତ କରିବା ପରେ ଲୋକେ ଭୟଭୀତ ହେବା ସହ କିଛି ଲୋକ ଘରୁ ବାହାରକୁ ବାହାରି ଆସିଥିଲେ। ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନି। ମାଲକାନଗିରି ସହ ଛତିଶଗଡ ଏବଂ ସୁକମା ବିଜାପୁରରେ ମଧ୍ୟ ଏହି ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫ ଦଶମିକ ୩ ଥିଲା।






More Stories
IAS ସ୍ତରରେ ଅଦଳବଦଳ…..
ସାମିଲ ହେବେ ଯୁବ ଓ କଟିଥିବା ଭୋଟର…..
ଝଡବର୍ଷା ସମ୍ଭାବନା…..